ସର୍ଦ୍ଦିରେ ତ୍ୱଚା ଶୁଷ୍କ ହୋଇଯାଇଥାଏ । ତ୍ୱଚାର ସୌନ୍ଦର୍ଯ୍ୟ ଉଭେଇ ଯାଇଥାଏ । ତ୍ୱଚାକୁ ହାଇଡ୍ରେଡ ଓ ଏହାର ଗ୍ଲୋ ଫେରି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ପ୍ରଡକ୍ଟର ବ୍ୟବହାର କରିଥାଉ । ଏହା ଦ୍ୱାରା ତ୍ୱଚା କିଛି ସମୟ ପାଇଁ ସୁନ୍ଦର ରହିଥାଏ କିନ୍ତୁ କିଛି ସମୟ ପରେ ତ୍ୱଚା ପୂର୍ବ ଅବସ୍ତାକୁ ଫେରି ଆସେ । ତେଣୁ କିଛି ଘରୋଇ ଉପଚାର ବ୍ୟବହାର କରିବା ଉଚିତ ଯେପରି ତ୍ୱଚାର ଗ୍ଲୋ ବଜାୟ ରହିବ ।
ଆଲୋଭେରା ଏବଂ ବାଦାମ ତେଲ :
ଶୀତଦିନେ ମୃତ ଚର୍ମ ଏବଂ ଡି-ହାଇଡ୍ରେସନ୍ ହେଉଛି ସବୁଠାରୁ ବଡ ସମସ୍ୟା, ତେଣୁ ଆଲୋଭେରା ଏବଂ ବାଦାମ ତେଲ ଆପଣଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ୧ ଚାମଚ ଆଲୋ ଭେରା ଜେଲ୍ ଏବଂ ୭-୮ ବୁନ୍ଦା ବାଦାମ ତେଲ ମିଶାଇ ୧୫ ମିନିଟ୍ ପାଇଁ ଆପଣଙ୍କ ମୁହଁରେ ଘଷନ୍ତୁ ଏହା ଚର୍ମକୁ ହାଇଡ୍ରେଟେଡ୍ ଏବଂ କୋମଳ ରଖିବ ।
ଦୁଗ୍ଧର ମଲାଇ ଏବଂ ମହୁ :
ଏହା ମଶ୍ଚରାଇଜର ଭାବେ ବହୁତ ଲାଭଦାୟକ ହୋଇଥାଏ । ଏହାର ଫେସ ପ୍ୟାକ ବନେଇବା ପାଇଁ ଗୋଟିଏ ବଡ ଚାମଚ ଦୁଗ୍ଧ ଏବଂ ମହୁକୁ ମିଶାନ୍ତୁ । ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ଘଷନ୍ତୁ । ଏହା ଦ୍ୱାରା ତ୍ୱଚା ଭଲ ରହିବ ।
ଦୁଗ୍ଦ ଏବଂ କଦଳୀ :
ଯଦି ଆପଣଙ୍କ ତ୍ୱଚା ଅତ୍ୟଧିକ ଶୁଷ୍କ ଏବଂ ରୁକ୍ଷ ତେବେ ଆପଣ ଏହି ଫେସ ପ୍ୟାକ ବ୍ୟବହାର କରିପାରିବେ । ଏଥିପାଇଁ ଏକ କଦଳୀକୁ ନେଇ ଏହାର ପେଷ୍ଟ ବନାନ୍ତୁ ଏବଂ ଏଥିରେ ଏକ ଚାମଚ ଦୁଗ୍ଦ ମିଶାନ୍ତୁ । ଏହାକୁ ଫେସରେ ଳଗାଇ ୧୫ ମିନିଟ ପରେ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ । ଏହା ବହୁତ ଉପକାରୀ ସାବ୍ୟସ୍ତ ହେବ । ଏହା ଦ୍ୱାରା ତ୍ୱଚା କୋମଳ ରହିବ ।
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାରଜେଇଙ୍କୁ ସଂଘବଦ୍ଧ ଆକ୍ରମଣଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]