You are currently viewing ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ଭୋଗି ପାରନ୍ତି ଅସୁବିଧା

ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ଭୋଗି ପାରନ୍ତି ଅସୁବିଧା

ଡାଇବେଟିସ ହେଉଛି ଏକ ସାଧାରଣ ରୋଗ ଯାହା ଅଧିକାଂଶ ଲୋକଙ୍କ ପାଖେ ଦେଖା ଦେଇଥାଏ । ଏହା କେବଳ ବୃଦ୍ଧଙ୍କ ପାଖେ ନୁହେଁ ଏବେ ଛୁଆ ଏବଂ ଯୁବବର୍ଗଙ୍କ ପାଖେ ଅଧିକତର ଦେଖା ଦେଉଛି । ବ୍ଳଡ ସୁଗାର ବଢ଼ିଯିବା ଯୋଗୁ ଏହା ସ୍ୱାସ୍ଥୃୃ୍ୟ ଉପରେ ଖରାପ ପ୍ରଭାବ ପକେଇଥାଏ । ଯଦି ଏହାକୁ ଠିକ୍ ସମୟ ନିୟନ୍ତ୍ରଣ କରାନଯାଏ ତେବେ ଏହା ଫୁସଫୁସ, ଆଖି ଏବଂ ଶରୀରର ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ । ଡାଇବେଟିସକୁ ମୂଳରୁ ନଷ୍ଟ କରିବା ସମ୍ଭବ ନୁହେଁ । ଏଥିପାଇଁ ନିଜ ଖାଇବାପିିବାର ନିୟନ୍ତ୍ରଣ ଏବଂ ସଠିକ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ ।
ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରାଇବାରେ, ହଜମ ପ୍ରକ୍ରିୟାକୁ ଠିକ୍ କରିବାରେ ସାହାର୍ଯ୍ୟ କରେ ।
ମହୁ ହେଉଛି ପୁଷ୍ଟିକର ଖାଦ୍ୟ, ଏଥିରୁ ଖଣିଜ ପଦାର୍ଥ ଏବଂ ଫ୍ରୁକଟୋଜ ଇତ୍ୟାଦି ମିଳିଥାଏ । ଏହା ବ୍ୟତୀତ ଏଥିରେ କାର୍ବୋ ହାଇଡ୍ରେଡ, ରାଇବୋଫ୍ଲୋବିନ, ନାୟସିନ, ଭିଟାମିନ ବି୬, ଭିଟାମିନ ସି,ଏବଂ ଆମିନୋ ଏସିଡ ବ୍ୟତୀତ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଏକ ଚାମଚ ମହୁରେ ୬୪ କ୍ୟାଲୋରୀ, ୧୭ ଗ୍ରାମ ଚିନି. ୧୭ଗ୍ରାମ କାର୍ବୋହାଇଡ୍ରେଡ, ୦.୬ ପ୍ରେଟିନ ଏବଂ ୦.୦୪ ଗାମ ଫାଇବର ଥାଏ ।
ବ୍ଳଡ ସୁଗାରରେ ଚିନି ଠାରୁ ମହୁ ବହୁତ ଉପକାରୀ କାରଣ ମହୁରେ ଗ୍ଳାଇସେମିକ ଇଣ୍ଡେକ୍ସର ମୂଲ୍ୟ ୫୮ଅଟେ । ଚିନିରେ ଥିବା ଗ୍ଳାଇସେମିକ ଇଣ୍ଡେକ୍ସର ମୂଲ୍ୟ ୬୦ ଅଟେ । ଏହାର ଅର୍ଥ ମହୁ ଚିନି ତୁଳନାରେ ରକ୍ତରେ ସୁଗାରର ପରିମାଣ କମ ବଢ଼ାଇଥାଏ । ଏହା ସହିତ ମହୁରେ କାର୍ବୋହାଇଡ୍ରେଟ୍, କ୍ୟାଲୋରୀ ପରି ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ ଯାହା ମଧୁମେହରେ ଲାଭଦାୟକ ପ୍ରମାଣିତ ହୋଇପାରେ ।


ରକ୍ତରେ ଶର୍କରା ନିୟନ୍ତ୍ରଣରେ ମହୁ କିପରି ଲାଭଦାୟକ

ତୁଳସୀ


ତୁଳସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଯଦି ଏଥିରେ ମିଳୁଥିବା ଉପାଦାନ ଶରୀରକୁ ଯିବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ଏବଂ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରେ । ଯଦି ଆପଣ ଶରୀରରେ ଲୋ ରକ୍ତରେ ଶର୍କରା ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ସକାଳେ ଖାଲି ପେଟରେ ବେସନ ଓ ତୁଳସୀ ପତ୍ରର ରସ ସହିତ ମିଶାଇ ମହୁ ଖାଆନ୍ତୁ ।

ଯଦି ଆପଣ ଘରେ ରକ୍ତ ଶର୍କରା ପରିମାଣ ଚେକ୍ କରୁଛନ୍ତି ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ ନଚେତ୍ କ୍ଷତି ହୋଇପାରେ ।
ଅଁଳା


ଭିଟାମିନ୍ ସି ପରି ଉପାଦାନରେ ଭରପୂର ଅଁଳା ମଧ୍ୟ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଅଁଳା ରସ କିମ୍ବା ପାଉଡର, ହଳଦୀକୁ ପ୍ରତିଦିନ ମିଶାଇ ମହୁ ସହିତ ଖାଆନ୍ତୁ ।

ତ୍ରିଫଳା


ହରଡା, ବାହାଡା ଏବଂ ଅଁଳା ଦ୍ୱାରା ନିର୍ମିତ ତ୍ରିଫଳା ସ୍ୱାସ୍ଥ୍ୟ ପାଇଁ କୌଣସି ଅମୃତଭଣ୍ଡାଠାରୁ କମ୍ ନୁହେଁ ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୧୦ ଗ୍ରାମ ମହୁ ଏବଂ ୧୦ ଗ୍ରାମ ତ୍ରିଫଳା ପାଉଡର ମିଶ୍ରଣ କରନ୍ତୁ ରାତିରେ ଏହାକୁ ଉଷୁମ ପାଣିରେ ପିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।