ଏହି ଘରୋଇ ଉପାୟରେ ୫ମିନିଟ୍‌ରେ ମିଳିବ ମୁଣ୍ଡବିନ୍ଧାରୁ ମୁକ୍ତି

ଆଜିକାଲି ସମୟରେ ଖରାପ ଜୀବନଶୈଳୀ ଏବଂ ଖାଇବା ପିିଇବାର ଅବହେଳା ଯୋଗୁଁ ମୁଣ୍ଡ ବିନ୍ଧାସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅତ୍ୟଧିକ କାମର ଚାପ ଯୋଗୁଁ ମଧ୍ୟ ଲୋକ ମୁଣ୍ଡ ବିନ୍ଧାର ସମ୍ମୁଖୀନ ହୋଇଥାନ୍ତି । ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଆମେ ଓøଷଧ ଖାଇଥାଉ କିନ୍ତୁ ଅତ୍ୟଧିକ ଔଷଧ ଖାଇବା ଶରୀର ପକ୍ଷେ ହାନୀକାରକ । ତେଣୁ ଆପଣ କିଛି ଘରୋଇ ଉପଚାରର ବ୍ୟବହାର କରନ୍ତୁ ଯାହା ଶରୀର ଉପରେ ଖରାପ ପ୍ରଭାବ ନ ପକାଇବା ସହ ମୁଣ୍ଡ ବିନ୍ଧାରୁ ମଧ୍ୟ ଆରାମ ଦେଇଥାଏ ।
ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ପାଇଁ ଆମେ ହଳଦୀର ବ୍ୟବହାର କରିପାରିବା । ହଳଦୀରେ ଆଣ୍ଟିସେପ୍ଟିକ୍ , ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି ବାୟୋଟିକ , ଆଣ୍ଟି ଅକ୍ସିଡାଣ୍ଟ ଭଳି ଗୁଣ ରହିଥାଏ ଯାହା ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ।
ସାମଗ୍ରୀ :
ଗୋଟିଏ ଲମ୍ବା ସଫା କଟନ କପଡା, ଗୋଟିଏ ଚାମଚ ହଳଦୀ, ଅଳ୍ପ ଘିଅ, ୧୦ଟା ଗୁଜୁରାତିର ଦାନା
ବ୍ୟବହାର:
ସର୍ବପ୍ରଥମେ, କପଡାକୁ ସିଧା ନେଇ ସେଥିରେ ହଳଦୀ ପକାଇ ଭଲ ଭାବରେ ବିସ୍ତାର କରନ୍ତୁ । ଏହା ପରେ ଗୁଜୁରାତିର ଦାନା ସେଥିରେ ମିଶାନ୍ତୁ । ଏହା ପରେ ହାତ ସାହାଯ୍ୟରେ ଏହାର ବତି ବନେଇ ଦିଅନ୍ତୁ ଯେପରି ଆମେ ଦୀପ ପାଇଁ ବନାଉଛନ୍ତି ।
ଯେତେବେଳେ ବତି ଭଲ ଭାବରେ ଗଠିତ ହୁଏ, ଏହାକୁ ତରଳା ଯାଇଥିବା ଘିଅରେ ମିଶାଇ ଭଲ ଭାବରେ ବୁଡ଼ାନ୍ତୁ । ଏବେ ଏହାକୁ ଏକ ଦୀପରେ ରଖି ଏକ କୋଠରୀକୁ ନେଇ ଏହାକୁ ଜଳାନ୍ତୁ । କୋଠରୀରେ ଅଧିକ ଧୂଆଁ ହୋଇଯିବା ପରେ କୋଠରୀକୁ ବନ୍ଦ କରନ୍ତୁ । ବର୍ତ୍ତମାନ ଏହି ଧୂଆଁକୁ ପ୍ରଶ୍ୱାସ ସାହାର୍ଯ୍ୟରେ ଶରୀରକୁ ନିଅନ୍ତୁ । କିଛି ସମୟ ପରେ ଏହା ଆପଣଙ୍କୁ ମୁଣ୍ଡବିନ୍ଧାରୁ ମୁକ୍ତି ଦେବ ।

Leave A Reply

Your email address will not be published.