ଚାଲିବା ଅନେକ ଦୃଷ୍ଟିରୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଯେଉଁ ମାନେ ଜିମ ଯିବାକୁ କିମ୍ବା ଭାରୀ ବ୍ୟାୟାମ କରିବାକୁ ଅସମର୍ଥ ଅଟନ୍ତି ତେବେ, ସେମାନେ ଫିଟ ରହିବା ପାଇଁ ଏହା ଏକ ବିକଳ୍ପ ।
ନିକଟରେ ହୋଇଥିବା ଅନୁସନ୍ଧାନ ଅନୁଯାୟୀ ଖାଦ୍ୟ ଖାଇବା ପରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ଚର୍ବି ନଷ୍ଟ କରିବା ଏବଂ ଶରୀରରେ ମେଦ ବହୁଳତା ହ୍ରାସ କରିଥାଏ ।
ଚାଲିବା ପାଇଁ ଉପଯୁକ୍ତ ସମୟ :
ଏହା କହିବା ଉଚିତ ନୁହେଁ ଯେ, ଦିନର ଯେକୌଣସି ସମୟରେ ଚାଲିବା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କିନ୍ତୁ ବିଶେଷ କରି ଖାଦ୍ୟ ଖାଇବା ପରେ ଓଜନ ହ୍ରାସ କରିବା ପାଇଁ ଓ ମେଦ ବହୁଳତାକୁ ନିୟନ୍ତ୍ରଣ କରିବା ପାଇଁ ଚାଲିବା ଭଲ ହୋଇଥାଏ । ଯେଉଁମାନଙ୍କର କୌଣସି ରୋଗ ନାହିଁ ଭବିଷ୍ୟତ ସ୍ୱାସ୍ଥ୍ୟ ସମସ୍ୟାକୁ ଏଡାଇବା ପାଇଁ ନିୟମିତ ଚାଲିବା ଭଲ ହୋଇଥାଏ ।
ଚାଲିବା ଦ୍ୱାରା କେବଳ ଓଜନ ହ୍ରାସ ହୋଇନଥାଏ ଏବଂ ଏହା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣରେ ରହିଥାଏ । ଭୋଜନ ପରେ ୧୦ ମିନିଟ ଚାଲିବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କମି ଯାଇଥାଏ । ଭୋଜନ ପରେ ୧୦ ମିନିଟ ଚାଲିବା ଦିନଯାକ କୌଣସି ସମୟରେ ୩୦ମିନିଟ ଚାଲିବା ସହ ସମାନ ହୋଇଥାଏ ।
ଚାଲିବା କିପରି ରକ୍ତରେ ଶର୍କରା ଏବଂ ଓଜନ ନିୟନ୍ତ୍ରଣକୁ ନେଇଥାଏ?
ଯେତେବେଳେ ଆମେ ଚାଲୁ , କିମ୍ବା ଅନ୍ୟ କିଛି ବ୍ୟାୟାମ କରୁ. ଆମର ହୃଦସ୍ପନ୍ଦନ ବଢ଼ିଯାଇଥାଏ ଏବଂ ମାଂସପେଶୀ ଶକ୍ତି ଭାବରେ କାର୍ବୋହାଇଡ୍ରେଟ୍ ବ୍ୟବହାର କରିବା ଆରମ୍ଭ କରେ । ଯେତେବେଳେ ଖାଦ୍ୟରେ କାର୍ବୋହାଇଡ୍ରେଟ୍ ଖାଇଥାଉ ରକ୍ତରେ ଶର୍କରା ପରିମାଣ ବୃଦ୍ଧି ପାଇଥାଏ । ଏହି ଶର୍କରାକୁ ରକ୍ତରୁ ବାହାର କରି ଶରୀରର ସମସ୍ତ କୋଷରେ ପହଞ୍ଚାଇବା ପାଇଁ ଇନସୁଲିନ୍ ବ୍ୟବହୃତ ହୋଇଥାଏ । ଯେତେବେଳେ ଆମେ ଭୋଜନ ପରେ ଚାଲନ୍ତି, ମାଂସପେଶୀରେ ଶର୍କରା ପରିମାଣ ବଢ଼ିଯାଇଥାଏ । ଯେଉଁ କାରଣରୁ ଆମ ରକ୍ତରେ ଥିବା ଆବଶ୍ୟକତା ଠାରୁ ଅଧିକ ଶର୍କରା ବାହାରିଥାଏ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ ହେତୁ ଓଜନ ଶୀଘ୍ର କମିଯାଏ ।