୩ ମିନିଟରେ ଦୂର କରନ୍ତୁ ଷ୍ଟ୍ରେସ…

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅତ୍ୟଧିକ କାମ ପ୍ରେସର ଯୋଗୁଁ ଲୋକମାନେ ଷ୍ଟ୍ରେସ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାଦ୍ୱାରା ଜୀବନରେ ସୁଖ ଶାନ୍ତି ଚାଲିଯାଇଥାଏ । ଠିକରେ ନିଦ୍ରା ହୋଇନଥାଏ ଏବଂ ବିରକ୍ତିକର ଭାବ ଆସିଥାଏ ।
ଷ୍ଟ୍ରେସକୁ ଦୂର କରିବା ପାଇଁ ଖଜୁରୀର ସେକ ବନେଇ ପିଅନ୍ତୁ । ଖଜୁରୀ ଷ୍ଟ୍ରେସକୁ ଦୂର କରିବାରେ ସହାୟକ ହୋଇଥାଏ । ଖଜୁରୀରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫୋଲେଟ୍‌, ପ୍ୟାଣ୍ଟୋଥେନିକ୍ ଏସିଡ, ଭିଟାମିନ,ପଲିଫେନୋଲ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ ଯାହା ଷ୍ଟ୍ରେସ ସମେତ ଅନେକ ରୋଗରୁ ମୁକ୍ତି ଦେଇଥାଏ ।
ଖଜୁରୀର ସେକ ବନେଇବା ପ୍ରଣାଳୀ


ସାମଗ୍ରୀ :

୧୦ରୁ ୧୨ ଟା ବାଦାମ, ଅଧା କପ୍ ଖଜୁରୀ, ୧ଗ୍ରାମ ଚୱନପ୍ରାସ୍‌, ୧ଚାମଚ ପେସ୍ତା ବାଦାମ, ଅଧା ଚାମଚ ଅସପାରାଗସ, ୧ଚାମଚ ପାୱର ବିଟା ଏବଂ 2 କପ ଖୀର।


ପ୍ରଣାଳୀ :
ସର୍ବପ୍ରଥମେ, ଖଜୁରୀକୁ ଭଲ ଭାବରେ ସଫା କରନ୍ତୁ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ବାଦାମକୁ ପୂର୍ବ ଦିନ ରାତିରେ ପାଣିରେ ଭିଜେଇ ରଖନ୍ତୁ ଏବଂ ସେକ୍ ବନେଇବା ସମୟରେ ଏହାକୁ ଏଥିରେ ପକାନ୍ତୁ ଯାହାଦ୍ୱାରା ଏହା ସେକରେ ଭଲ ଭାବେ ମିଶି ଯିବ । ଏବେ ଏକ ଗ୍ରାଇଣ୍ଡରରେ ପେସ୍ତା ବାଦାମକୁ ଛାଡି ଅନ୍ୟସବୁ ଜିନିଷ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ଏହି ସେକକୁ ଏକ ଗ୍ଳାସରେ ଢ଼ାଳି ପେସ୍ତାବାଦାମକୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ସକାଳ ଭୋଜନ କିମ୍ବା କୌଣସି ସମୟରେ ମଧ୍ୟ ସେବନ କରିପାରିବେ ।


ଉପକାର :

. ଏହି ସେକ ପିିଇବା ଦ୍ୱାରା ଏହା ମନକୁ ଶାନ୍ତ କରିଥାଏ ଏବଂ ଉଦାସୀନତା ସମସ୍ୟାରୁ ମୁକ୍ତି ଦେଇଥାଏ ।
. ଖଜୁରୀରେ ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ ।
. ଖଜୁରୀରେ ଆଇସୋଫ୍ଲୋଭୋନ୍ସ ନାମକ ତତ୍ୱ ମିଳିଥାଏ । ଯାହା ମୋନୋପୋଜର ଲ..ଣକୁ କମ କରିବାରେ ସହାୟକ ହୋଇଥାଏ ।
. ଏହା ବ୍ଳଡ ସୁଗାର ଥିବା ଲୋଙ୍କ ପାଇଁ ମଧ୍ୟ ଉପକାରୀ ।

Leave A Reply

Your email address will not be published.