ଦୈନନ୍ଦିନ ଜୀବନରେ ନଖର ଯତ୍ନ…

ଦୈନନ୍ଦିନ ଜୀବନର ବ୍ୟସ୍ତ ବହୁଳତାରେ ଏପରି କିଛି କାର୍ଯ୍ୟ କରିଥାଉ ଯାହା ଆମ ସ୍ୱାସ୍ଥ୍ୟ ଏବଂ ଶରୀର ପାଇଁ ହିତକର ହୋଇନଥାଏ । ଯାହାଦ୍ୱାରା ପରେ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଆମକୁ କିଛି ଜିନିଷର ଧ୍ୟାନ ରଖିବାକୁ ହୋଇଥାଏ । ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଧ୍ୟାନ ରଖିବା ଯେପରି ଜରୁରୀ । ସେହିପରି ନଖର ଧ୍ୟାନ ରଖିବା ମଧ୍ୟ ଜରୁରୀ । ତେଣୁ ନଖର ଯତ୍ନ ପାଇଁ କେଉଁ କାର୍ଯ୍ୟ କରିବା ଉଚିତ କେଉଁ କାର୍ଯ୍ୟ ନୁହେଁ ସେ ସମ୍ବନ୍ଧରେ ଜାଣନ୍ତୁ ।

Close up of female hands having manicure treatment.


ନଖକୁ ସର୍ବଦା ଶୁଖିଲା ଏବଂ ସଫା ରଖିବା ଉଚିତ । ଏହା ଦ୍ୱାରା ନଖରେ ଜୀବାଣୁ ବୃଦ୍ଧି ହେବାର ସମ୍ଭାବନା କମ ରହିଥାଏ । ବାସନ ମାଜିବା ସମୟରେ କଟନର ରବର ଗ୍ଲୋବସ ପିନ୍ଧିବା ନିହାତି ଆବଶ୍ୟକ । ଆମେ ଯେତେବେଳେ ହ୍ୟାଣ୍ଡ ଲୋସନ ବ୍ୟବହାର କରୁଛେ ସେବେ ଏହି ଲୋସନକୁ ନଖରେ ଘଷିବା ଆବଶ୍ୟକ । ଯାହାଦ୍ୱାରା ନଖରେ ଚମକ ରହିବ ।

ନଖକୁ କାମୁଡଠିବା ଆଦୌ ଉଚିତ ନୁହେଁ । ଯଦି ନଖ ପାଶ୍ୱର୍ରୁ ଚର୍ମ କଟିଯାଏ ତେବେ ଏଥିରେ ବ୍ୟାକ୍ଟେରିଆ ବୃଦ୍ଧିର ସମ୍ଭାବନା ରହିଥାଏ । ନେଲ ପଲିସ ରିମୁଭରର ଅତ୍ୟଧିକ ବ୍ୟବହାର ନଖର କ୍ଷତି ଘଟାଇଥାଏ । ଯଦି ଆପଣଙ୍କର ନଖ ସମସ୍ୟା ଅଛି ତେବେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Leave A Reply

Your email address will not be published.