ଆଜମଗଡ଼, (ବନ୍ଦିତା ପଟ୍ଟନାୟକ); ପ୍ରଥମେ ଡାହାଣ ହାତର ବୃଦ୍ଧା ଆଙ୍ଗୁଠି ଦ୍ୱାରା ନାକର ଡ଼ାହାଣ ପୁଡାକୁ ବନ୍ଦ କରି ବାମ ପୁଡା ଦ୍ୱାରା ଧୀରେ ପୁର୍ଣ ରୂପେ ଶ୍ୱାସ ଭରି ଅନାମିକା ଓ ମଧ୍ୟମା ଦୁଇ ଆଙ୍ଗୁଠି ଦ୍ୱାରା ବାମ ପୁଡା ବନ୍ଦ କରି ଡାହାଣ ପୁଡା ଦେଇ ଫୁସଫୁସରୁ ସମସ୍ତ ବାୟୁ ଛାଡି ପୁଣି ଥରେ ସେହି ଡାହାଣ ପୁଡା ଦ୍ୱାରା ଶ୍ୱାସ ପୁର୍ଣ ରୂପେ ଭରନ୍ତୁ।ପୁଣି ଡାହାଣ ପୁଡାକୁ ବୁଢା ଆଙ୍ଗୁଠି ଦ୍ୱାରା ବନ୍ଦ କରି ବାମ ପୁଡାରେ ଶ୍ୱାସ ଛାଡି ପୁଣି ସେହି ବାମ ପୁଡାରେ ଭରନ୍ତୁ। ଏହି ପ୍ରକ୍ରିୟାକୁ ୫ରୁ୧୫ ମିନିଟ ପର୍ଯ୍ୟନ୍ତ ଲଗାତାର କରି ଚାଲନ୍ତୁ। ଶ୍ୱାସ ନେବା ଓ ଛାଡିବା ପାଇଁ ୨ରୁ୩ ସେକେଣ୍ଡ ସମୟ ନିୟନ୍ତୁ।
ଲାଭ-
୧. ଉକ୍ତ ପ୍ରାଣାୟମ ଦ୍ୱାରା ଶରୀର ମଧ୍ୟରେ ଥିବା ସମସ୍ତ ନାଡୀ ର ଶ୍ବଧନ ହେବା ସହିତ ଶରୀର ସୁସ୍ତ, କ୍ଲାନ୍ତିମୟ ଏବଂ ବଳିଷ୍ଠ ହୁଅ।
୨. ସମସ୍ତ ପ୍ରକାର ବାତ ରୋଗ, ମୂତ୍ର ରୋଗ, ଧାତୁ ରୋଗ, ପିତ ରୋଗ ଏବଂ କଫ ରୋଗର ସମାଧାନ ହୋଇ ଥାଏ।
୩. ମନ ମଧ୍ୟରୁ ସମସ୍ତ ନାରାତ୍ମକ ଚିନ୍ତା ଦୂର ହୋଇ ସକାରାତ୍ମକ ଚିନ୍ତାର ବିକାଶ ହେବା ସହିତ ଶରୀରର ମନ, ବିଚାର ଏବଂ ସଂସ୍କାରର ଶୁଦ୍ଧି ହୋଇଥାଏ।