You are currently viewing କଫି ପିଇବା ଆଗରୁ କ’ଣ ଖାଇବା ଦରକାର

କଫି ପିଇବା ଆଗରୁ କ’ଣ ଖାଇବା ଦରକାର

କିଛି ଲୋକଙ୍କୁ କଫି ବହୁତ ପସନ୍ଦ ଆସିଥାଏ । ସେମାନଙ୍କ ଦୈନନ୍ଦିନ ତାଲିକାରେ ଏହା ଏକ ଅଙ୍ଗ ପାଲଟିଥାଏ । କେହି କେହି ତ ଦିନକୁ ଦୁଇ ରୁ ତିନି ଥର କଫି ପିଇଥାନ୍ତି | କିନ୍ତୁ ଜାଣି ରଖିବା ଉଚିତ କଫି ପିଇବା ପୂର୍ବରୁ କେଉଁ ଜିନିଷ ଖାଇବା ଉଚିତ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ନଚେତ ଆପଣଙ୍କ ଶରୀରରେ ଅନ୍ୟାନ ସମସ୍ୟା ଦେଖାଦେଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କଫି ପିଇବାର ଘଣ୍ଟେ ଆଗରୁ କରିବା ଉଚିତ ନୁହେଁ । ବିଶେଷଜ୍ଞଙ୍କ ଅନୁସାରେ କଫି ପିଇବା ପୂର୍ବରୁ ତେଲରେ ଛଣାଛଣି ଖାଦ୍ୟ ଖାଇବା ଉଚିତ ନୁହେଁ । କଫି ପିଇବା ପୂର୍ବରୁ ତେଲରେ ଛଣା ଆପଣଙ୍କ ଠାରେ ଗ୍ୟାସ୍ ସମସ୍ୟା ଦେଖା ଦେଇପାରେ । ତେଣୁ ଏପରି ଭୁଲ ଆଦୌ କରନ୍ତୁ ନାହିଁ । କଫି ପିଇବା ପୂର୍ବରୁ ଆପଣଙ୍କୁ କ୍ୟାଲସିୟମ ଯୁକ୍ତ ଜିନିଷଠାରୁ ଦୂରେଇ ରହିବା ଉଚିତ ।

ପ୍ରକୃତରେ କଫିରେ ଥିବା କାଫିନ୍ ଦ୍ବାରା କ୍ୟାଲସିୟମ୍ ଶୋଷିତ ହୋଇନଥାଏ । ପରିସ୍ରା ମାଧ୍ୟମରେ ବାହାରକୁ ଚାଲିଆସିଥାଏ । ଏମିତିରେ ଆପଣଙ୍କ ଶରୀରକୁ ଏହାର ଫାଇଦା ମିଳିପାରିବନାହିଁ । କଫି ପିଇବା ପୂର୍ବରୁ ଜିଙ୍କ୍ ଯୁକ୍ତ ଜିନିଷ ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଖାଇବା ପରେ କଫି ପିଇବା ମାତ୍ରେ ଆପଣଙ୍କ ଶରୀରରୁ ଜିଙ୍କର ତତ୍ତ୍ୱ ଗୁଡିକୁ ବାହାର କରିଦେବ । ଯାହା ଫଳରେ ଆପଣଙ୍କ ଶରୀରକୁ ହିଁ କ୍ଷତି ପହଞ୍ଚିବ । ଏହା ସହ କଫି ପିଇବା ପୂର୍ବରୁ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ । ତେଣୁ ଆପଣ ମଟର, ବାଦାମ, ଲେଣ୍ଟିସ୍, ଚଣା କିମ୍ବା ଛୋଲେ ଖାଇବା ଉଚିତ୍ ନୁହେଁ । ଏହାସହ ଭିଟାମିନ୍-ଡି ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଯଦି ଆପଣ ଏହି ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବେ ତେବେ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଲାଭ ମିଳିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।