You are currently viewing ଚର୍ମକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବା ଆବଶ୍ୟକ

ଚର୍ମକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବା ଆବଶ୍ୟକ

ମଣିଷ ସବୁ ବେଳେ ନିଜ ପାଇଁ ଏବଂ ନିଜ ସ୍ୱାସ୍ଥ୍ୟ ପାଇଁ ସଜାଗ ରହିବା ଉଚିତ । କିନ୍ତୁ ଆଜିର ଏହି ବ୍ୟସ୍ତ ବହୁଳତା ଭିତରେ ଶରୀର ପ୍ରତି ସେତେ ମାତ୍ରାରେ ଧ୍ୟାନ ଦେଉନି ମଣିଷ । ସେଥିପାଇଁ ରୋଗର ମାତ୍ରା ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଚର୍ମକୁ ସୁସ୍ଥ ରଖିବା ପାଇଁ ଆପଣ କ’ଣ ଖାଇବା ଆବସ୍ୟକ ।

. ଫ୍ୟାଟି ଫିସ:

ଫ୍ୟାଟି ଫିସ, ଯେପରିକି ସାଲମନ୍, ମାକେରେଲ, ହେରିଂ ମଧ୍ୟରେ ଅନେକ ପୋଷକ ତତ୍ତ୍ଵ ଭରି ରହିଛି। ଏହା ଆମ ଶରୀର ପାଇଁ ଖୁବ୍ ଭଲ। ଏହା ସହିତ ଚର୍ମ ପାଇଁ ଏହାକୁ ଉତ୍କୃଷ୍ଟ ଖାଦ୍ୟ ବୋଲି କୁହାଯାଏ। ଏଥିରେ Omega – 3 ମଧ୍ୟ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ଵ ସୂର୍ଯ୍ୟ କିରଣରୁ ଆସୁଥିବା ଅତି ବାଇଗଣୀ ରଶ୍ମି ସହିତ ଲଢି ଥାଏ। ତେଣୁ ଆପଣ ଏହାକୁ ନିଜ ଖାଦ୍ୟରେ ମିଶାଇ ଖାଇବା ଉଚିତ୍।

. ଆଭାକାଡୋ:
ଏହା ହେଉଛି ହେଏଲ୍ଦି ପ୍ରୋଟିନ। ତେଣୁ ଆପଣ ଏହାକୁ ନିଜର ଡାଏଟରେ ମିଶାଇ ଖାଇ ପାରିବେ। ଏହା ମଧ୍ୟ ଚର୍ମକୁ ସୁସ୍ଥ ରଖି ଥାଏ। ଏହାକୁ ଖାଇବା ଦ୍ଵାରା ସ୍କିନ ରିପେୟାର ମଧ୍ୟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ E ରହିଛି। ଚର୍ମ ପାଇଁ ଭିଟାମିନ E ଓ C ଦରକାରୀ ଜିନିଷ । ଏହା ଖାଇବା ଦ୍ଵାରା ଶରୀର ଡ୍ରାଏ ହୁଏନି। ଚର୍ମ ଖୁବ୍ ସୁନ୍ଦର୍ ଦେଖାଯିବା ସହିତ ସୁସ୍ଥ ମଧ୍ୟ ଦେଖା ଯାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ପରିମାଣରେ ରହିଛି। ତେଣୁ ଏହାକୁ ମଧ୍ୟ ପ୍ରତ୍ୟେକ ଦିନ ଖାଇବା ଉଚିତ୍। ଯଦି କୌଣସି କାରଣରୁ ଚର୍ମ ଜନିତ ଅସୁବିଧା ହେଉଛି ଏହା ମଧ୍ୟ ଭଲ ହୋଇଯିବ।

.ୱାଲନଟ:

ୱାଲନଟରେ ମଧ୍ୟ ଓମେଗା ଓ ଫ୍ୟାଟି ଏସିଡ ଭରି ରହୁଛି। ଏହାକୁ ଖାଇବା ଦ୍ଵାରା ଅନେକ ଚର୍ମ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ। ଏହାକୁ ଅନେକ ଲୋକ ନିଜ ଡାଏଟରେ ସାମିଲ କରନ୍ତି। ଏଥିରେ ଜିଙ୍କ ପ୍ରୋଟିନ ରହିବା ସହିତ ଅନେକ ସ୍ବାସ୍ଥ୍ୟ ଗତ ସମସ୍ୟା ଦୂର କରିବାର ପୋଷକ ତତ୍ତ୍ଵ ରହିଛି।

. ସନ ଫ୍ଲାୱାର: କହିବାକୁ ଗଲେ ଚର୍ମ ପାଇଁ କୋଳି ଓ ମଞ୍ଜି ଖୁବ୍ ଲାଭ ଦାୟକ। ଏଥିରେ ଅଧିକ ମାତ୍ରାରେ ଭିଟାମିନ ଇ, DV ସିଲେଲିୟମ, DV ଜିଙ୍କ ଓ ପ୍ରୋଟିନ ଭରି ରହିଛି। ତେଣୁ ଏହାକୁ ମଧ୍ୟ ଅଳ୍ପ ପରିମାଣରେ ଖାଇବା ଉଚିତ୍।

ଅନ୍ୟମାନଙ୍କୁ ଜଣାନ୍ତୁ।