You are currently viewing ଆସିଯାଇଛି ଅନଲକ୍-୪ ଗାଇଡଲାଇନ୍। କଣ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ଜାଣନ୍ତୁ…

ଆସିଯାଇଛି ଅନଲକ୍-୪ ଗାଇଡଲାଇନ୍। କଣ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ଜାଣନ୍ତୁ…

ନୂଆଦିଲ୍ଲୀ, ସାରା ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଅନଲକ୍-୪ ଗାଇଡଲାଇନ୍ ଆସିଛି। ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ । ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ଅନୁମତି ମିଳିଛି । ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟରକୁ ଅନୁମତି ମିଳିଛି । ସେପ୍ଟେମ୍ବର ୭ରୁ ମେଟ୍ରୋ ଟ୍ରେନ୍ ଚଳାଚଳ କରିବାକୁ ମିଳିଛି ଅନୁମତି । ସେପ୍ଟେମ୍ବର ୨୧ରୁ କଟକଣା ମାନି ସଭା, ସମିତି ଓ ଉତ୍ସବ ଚାଲିପାରିବ । ସଭା ସମିତିରେ ଶହେରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ ।

ସେପ୍ଟେମ୍ବର ୩୦ ଯାଏଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନଲାଇନ୍ ଶିକ୍ଷାଦାନ ପାଇଁ ୫୦% କର୍ମଚାରୀ ସ୍କୁଲକୁ ଆସିପାରିବେ । ଆଇଟିଆଇ ଭଳି ଦକ୍ଷତା ଓ ତାଲିମ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ୍ ହୋଇପାରିବ ନାହିଁ । ଲକଡାଉନ୍ ନିହାତି ଜରୁରୀ ହେଲେ କେନ୍ଦ୍ରର ଅନୁମତି ନେବାକୁ ହେବ । ସିନୋମ ହଲ୍, ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।