You are currently viewing ଦିଲ୍ଲୀରେ କମିଲା ଡିଜେଲ୍ ଦର

ଦିଲ୍ଲୀରେ କମିଲା ଡିଜେଲ୍ ଦର

ଦେଶରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ମଧ୍ୟ କରୋନା ପାଇଁ ବେଶ ପ୍ରଭାବିତ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସମୟରେ ଡ଼ିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଡ଼ିଜେଲ ଦାମରେ ବଡ଼ ଧରଣର ହ୍ରାସ କରିଛନ୍ତି କେଜ୍ରିୱାଲ । ଡିଜେଲ ଲିଟର ପିଛା ୮ଟଙ୍କା ୩୬ପଇସା ସେ ହ୍ରାସ କରିିଛନ୍ତି । ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି ଦିଲ୍ଲୀ ସରକାର । ଭାଟ୍ ହ୍ରାସ ପରେ ୩୦ ପ୍ରତିଶତରୁ ଖସି ୧୬.୭୫ ପ୍ରତିଶତ ହୋଇଥିବା ନେଇ ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।