You are currently viewing ବିଶାଖାପଟ୍ଟନମରେ କେମିକାଲ୍‌ ପ୍ଲାଣ୍ଟ୍‌ରେ ବିସ୍ଫୋରଣ: ଜଣେ ମୃତ

ବିଶାଖାପଟ୍ଟନମରେ କେମିକାଲ୍‌ ପ୍ଲାଣ୍ଟ୍‌ରେ ବିସ୍ଫୋରଣ: ଜଣେ ମୃତ

ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ଥିବା ଏକ କେମିକାଲ୍‌ ପ୍ଲାଣ୍ଟ୍‌ରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଆହୁରି ଅନେକ ଗୁରୁତର ଭାବେ ଆହତ ‌ହୋଇଥିବା ସୂଚନା ରହିଛି। ସହରର ଫାର୍ମାସିଟିରେ ଥିବା ରାମ୍‌କି ସିଇଟିପି ସଲ୍‌ଭେଣ୍ଟ୍‌ସ ବିଲ୍‌ଡିଂରେ ସୋମବାର ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଯାଇଛି। ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଦୀର୍ଘ ୪ ଘଣ୍ଟା କାଳ ଅପରେସନ୍‌ ଚଳାଇବା ପରେ ନିଆଁ ଆୟତ୍ତକୁ ଆସିଥିଲା। ଏହି ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।