You are currently viewing ବିହାରର ୪୫,୯୪୫ ଗାଁ ପାଇଁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା

ବିହାରର ୪୫,୯୪୫ ଗାଁ ପାଇଁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା

ବିହାର, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିହାର ଲୋକଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରରେ ୯ ଟି ରାଜପଥ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହା ବ୍ୟତୀତ ବିହାରର ସମସ୍ତ ୪୫,୯୪୫ ଗାଁକୁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ସହିତ ସଂଯୋଗ କରିବା ପାଇଁ ପିଏମ ମୋଦୀ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ମଧ୍ୟ ପ୍ରବର୍ତ୍ତନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିହାରର ବିକାଶ ଯାତ୍ରାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ବିହାରରେ ସଂଯୋଗ ବୃଦ୍ଧି ପାଇଁ ୯ ଟି ପ୍ରକଳ୍ପର ମୂଳଦୁଆ ପକାଯାଇଛି। ଏହି ପ୍ରକଳ୍ପ ପାଇଁ ବିହାରବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ୯ ଟି ରାଜପଥ ପ୍ରକଳ୍ପ ମଧ୍ୟରେ ୧୪,୨୫୮ କୋଟି ଟଙ୍କା ବ୍ୟୟରେ ୩୫୦ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରାଯିବ।

ଏହି ରାସ୍ତା ନିର୍ମାଣ ବିହାରର ବିକାଶକୁ ତ୍ୱରାନ୍ୱିତ କରିବ। ବିହାର ଏବଂ ଏହାର ଆଖପାଖ ଅଞ୍ଚଳରେ ଆର୍ଥନୀତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ପଡୋଶୀ ରାଜ୍ୟ ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଲୋକଙ୍କୁ ଚଳପ୍ରଚଳ କରିବାର ସୁବିଧା ବୃଦ୍ଧି ପାଇପାରିବେ ।

ଏଥି ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ଗ୍ରାମରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସହର ଅପେକ୍ଷା ଅଧିକ ହେବ । କୃଷକ, ଗାଁ ଯୁବକ, ମହିଳାମାନେ ଇଣ୍ଟରନେଟ୍ ସହଜରେ ବ୍ୟବହାର କରିବେ । ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ସହିତ ବର୍ତ୍ତମାନ ଦେଶର ଗ୍ରାମଗୁଡିକରେ ଭଲ ଗୁଣବତ୍ତା, ଉଚ୍ଚ ଗତିର ଇଣ୍ଟରନେଟ୍ ରହିବା ମଧ୍ୟ ଆବଶ୍ୟକ। ସରକାରଙ୍କ ଉଦ୍ୟମ ଯୋଗୁଁ ଅପ୍ଟିକାଲ ଫାଇବର ଦେଶରେ ପ୍ରାୟ ୧.୫ ଲକ୍ଷ ପଞ୍ଚାୟତରେ ପହଞ୍ଚି ସାରିଛି। ପ୍ରଧାନମନ୍ତ୍ରୀ କୃଷି ସଂସ୍କାର ବିଲ୍ ୨୦୨୦ କୁ ବିରୋଧ କରୁଥିବା କୃଷକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମାଣ୍ଡି ଏବଂ ଏମଏସପି କଦାପି ଶେଷ ହେବ ନାହିଁ। ସବିଶେଷ ନିମ୍ନରେ ପଢିପାରିବେ ଏବଂ ଭିଡିଓ ମଧ୍ୟ ଦେଖିପାରିବେ।


ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟେଲି ମେଡିସିନ୍ ମାଧ୍ୟମରେ ବର୍ତ୍ତମାନ ଦୂର ଗ୍ରାମରେ ମଧ୍ୟ ଗରିବ ଲୋକଙ୍କୁ ଶସ୍ତା ଏବଂ ପ୍ରଭାବଶାଳୀ ଚିକିତ୍ସା ଯୋଗାଇବା ସମ୍ଭବ ହେବ। ଆମର କୃଷକମାନେ ଏଥିରୁ ବହୁତ ଉପକୃତ ହେବେ ଜ୍ଝ ଭଲ ଫସଲ, ପାଣିପାଗ ପରିସ୍ଥିତି ପରି ସେମାନେ ସହଜରେ ଅନେକ ସୂଚନା ପାଇବେ।
କୃଷି ସଂସ୍କାର ଅଧିନିୟମ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତକାଲି ଦେଶର ସଂସଦ ଦେଶର କୃଷକମାନଙ୍କୁ ନୂତନ ଅଧିକାର ପ୍ରଦାନ କରୁଥିବା ଅତ୍ୟନ୍ତ ଐତିହାସିକ ଆଇନ ପ୍ରଣୟନ କରିଛି। ଏଥିପାଇଁ ମୁଁ ଦେଶର ଲୋକଙ୍କୁ, ଦେଶର କୃଷକମାନଙ୍କୁ ଏବଂ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଆଶାବାଦୀ ଲୋକଙ୍କୁ ଅଭିନନ୍ଦନ ଜଣାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।