You are currently viewing ରାଜ୍ୟସଭାର ୮ ସାଂସଦ ନିଲମ୍ବିତ

ରାଜ୍ୟସଭାର ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ, ରାଜ୍ୟସଭାରେ ହଟ୍ଟଗୋଳ ପ୍ରସଙ୍ଗରେ ୮ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ଅଧ୍ୟକ୍ଷ ଭେଙ୍କୟା ନାଇଡୁ  । ରାଜ୍ୟସଭାରେ ହଙ୍ଗାମା ପାଇଁ ବିରୋଧୀଙ୍କ ବିରୋଧରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ । ବିଶୃଙ୍ଖଳା ଆଚରଣ ଯୋଗୁଁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ସାଂସଦ । କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ ଡେରିକ ଓ’ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରପୁନ ବୋରା, ଡୋଲା ସେନ, ସୟଦ ନାଜିର ହୁସେନ, ଏଲାମରନ କରିମଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।