You are currently viewing ୩ ଆତଙ୍କବାଦୀ ନିହତ

୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ଜାମ୍ମୁ କାଶ୍ମୀର ପୁଲୱାମାରେ ୩ ଆତଙ୍କବାଦୀଙ୍କୁ ନିହତ କରିଛି ସେନା। ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟାରେ ଏହା ଦ୍ଵିତୀୟ ଏନକାଉଣ୍ଟର। ସେନାର କହିବା ମୁତାବକ, ଦକ୍ଷିଣ କାଶ୍ମୀର ପୁଲୱାମାର ଯଦୁରା ଗାଁରେ ଯବାନଙ୍କ ଦ୍ଵାରା ୩ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଦିନ ହୋଇଥିବା ସଂଘର୍ଷରେ ୪ଆତଙ୍କବାଦୀ ନିହତ ହୋଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।