ଝାଡ଼ଖଣ୍ଡ, ଝାଡ଼ଖଣ୍ଡ ସରକାର ମାସ୍କକୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି । ସମଗ୍ର ବିଶ୍ୱରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ, ଝାଡ଼ଖଣ୍ଡ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଲୋକମାନଙ୍କ ଅସାବଧାନତା କାରଣରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ତେଣୁ ଯେଉଁମାନେ ଝାଡ଼ଖଣ୍ଡରେ କରୋନା ନିୟମକୁ ଉଲଙ୍ଘନ କରିବେ, ତାଙ୍କୁ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା ଜରିମାନା । ତା’ସହିତ ଯଦି କେହି ନୂତନ ନିୟମ ଅନୁଯାୟୀ ମାସ୍କ ବ୍ୟବହାର ନକରନ୍ତି ତେବେ ସେମାନଙ୍କୁ ୨ବର୍ଷ ଜେଲ ମଧ୍ୟ ହେବ । ବୁଧବାର ଝାଡ଼ଖଣ୍ଡ କ୍ୟାବିନେଟ ସଂକ୍ରାମକ ରୋଗ ଅଧିନିୟମ ୨୦୨୦ ବିଲକୁ ପାରିତ କରିଛି ।