24 ଘଣ୍ଟାରେ କୋରୋନା ନେଲା 126 ଜୀବନ

ନୂଆଦିଲ୍ଲୀ, ଦେଶରେ ଦିନକରେ 22 ହଜାର 854 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 12 ଲକ୍ଷ 85 ହଜାର 561କୁ ବୃଦ୍ଧି ପାଇଛି । ଦେଶରେ 24 ଘଣ୍ଟାରେ କୋରୋନା ନେଲା 126 ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 58 ହଜାର 189କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- 1,89,226 ସୁସ୍ଥ ସଂଖ୍ୟା 1,09,38,146 । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.