You are currently viewing ମୁମ୍ବାଇ ଆକ୍ରମଣକାରୀକୁ ୧୫ ବର୍ଷ ଜେଲ ଦଣ୍ଡ

ମୁମ୍ବାଇ ଆକ୍ରମଣକାରୀକୁ ୧୫ ବର୍ଷ ଜେଲ ଦଣ୍ଡ


ମୁମ୍ବାଇ ୨୫/୦୬, ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର ଆତଙ୍କବାଦୀ ସାଜିଦ ମୀରଙ୍କୁ ପାକିସ୍ଥାନ ଲାହୋର ଅଦାଲତ ୧୫ ବର୍ଷର ଜେଲ ଦଣ୍ଡ ଦେଇଛନ୍ତି । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥବା ଅଭିଯୋଗରେ ଲାହୋର ଅଦାଲତ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ପଦାରେ ପଡିଛି ପାକିସ୍ଥାନର ବଡ ମିଛ । ସାଜିଦ ମୁମ୍ବାଇ ଆକ୍ରମଣରେ ଜଡିତ ଥିବା ଓ ପାକିସ୍ଥାନରେ ଥିବା ବାରମ୍ବାର ଅଭିଯୋଗ ପରେ ବି ପାକିସ୍ଥାନ ଏହାକୁ ଆଗ୍ରହ୍ୟ କରୁଥିଲା । ଗଣମାଧ୍ୟମ ଏଜେନ୍ସି ପିଟିଆଇ ଅନୁଯାୟୀ , ସାଜିଦଙ୍କୁ ଆତଙ୍କବାଦୀ ଆର୍ଥିକ ମାମଲାରେ ଦଣ୍ଡିତ କରାଯାଇଛି । ଏହାସହ ପାକିସ୍ଥାନର ଏକ ବଡ ମିଥ୍ୟା ମଧ୍ୟ ସାମ୍ନାକୁ ଆସିଛି । ପାକିସ୍ଥାନ ଦାବି କରୁଛିକି ମୁମ୍ବାଇ ଆକ୍ରମଣରେ ମାଷ୍ଟରମାଇଣ୍ଡ ସାଜିଦ ମୀର ନିଜ ଦେଶରେ ନାହାନ୍ତି ବୋଧହୁଏ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବର୍ତ୍ତମାନ ଲାହୋର ଆତଙ୍କବାଦ ନିରୋଦୀ ଅଦାଲତ ଦ୍ୱାରା ତାଙ୍କର ଦୋଷୀ ସାବ୍ୟସ୍ତ ହେବା ପାକିସ୍ଥାନର ମିଥ୍ୟାକୁ ପ୍ରକାଶ କରିଛି ।


ଅନ୍ୟମାନଙ୍କୁ ଜଣାନ୍ତୁ।