ଦେଶରେ ୧୫,୧୪୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୧୫,୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୮୧ ଜଣଙ୍କ ଜୀବନ,ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪କୁ ବୃଦ୍ଧି ପାଇଛି । ଯାହା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାରେ ମୋଟ ଆକ୍ଟିଭ କେସ୍ ୨,୦୮,୮୨୬, ସୁସ୍ଥ ସଂଖ୍ୟା ୧,୦୧,୯୬,୮୮୫ରହିଛି ।

Leave A Reply

Your email address will not be published.