ଦେଶର ପ୍ରଥମ ନାଗରିକ ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ୨୫/୦୭, ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଶ୍ରୀମତି ଦ୍ରୌପଦୀ ମୁର୍ମୁ । ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଓ ଜଣେ ଗରିବର ଜୀବନ ଉପରେ ଆଲୋକପାତ କରିଛନ୍ତି ଦୌପଦୀ ମୁର୍ମୁ । ସେ କହିଛନ୍ତି ସେ ଓଡିଶାର ଯେଉଁ ଛୋଟ ପୃଷ୍ଠ ଭୂମିରୁ ଆସିଛନ୍ତି ସେଠାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ମଧ୍ୟ କଷ୍ଟକର । ତଥାପି ଅନେକ ପ୍ରତିବନ୍ଧକ ସତ୍ତ୍ୱେ ତାଙ୍କର ସଂକଳ୍ପ ଦୃଢ ଥିଲା । ଏବଂ ସେ ହିଁ ପ୍ରଥମ ଝିଅ ଯେ କଲେଜରେ ଶିକ୍ଷା ପ୍ରାପ୍ତ କରିଥିଲେ । ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ ସେ ।

ସବୁପରେ ବି ତାଙ୍କର ଧ୍ୟୈର୍ଯ୍ୟ ଓ ଦୃଢ ସଂକଳ୍ପ ପାଇଁ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦକୁ ଅଳଙ୍କୃତ କରିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦରେ ପହଞ୍ଚିବା ତାଙ୍କର ବ୍ୟକ୍ତିଗତ ଉପଲବ୍ôଧ ନୁହେଁ ବରଂ ପ୍ରତିଟି ଗରିବର ଉପଲବ୍ôଧ । ‘ ଆଜିର ଦିନ ପ୍ରମାଣ କରୁଛି ଯେ ,ଭାରତ ବର୍ଷରେ ଜଣେ ଗରିବ ସ୍ୱପ୍ନ ଦେଖିପାରେ ଏବଂ ତାକୁ ପୁରା ମଧ୍ୟ କରିପାରେ ବୋଲି ସାରା ଦେଶବାସୀଙ୍କୁ ଆଜି ବାର୍ତ୍ତା ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି । ପ୍ରଥମ ଆଦିବାସୀ ମହିଳା ହେଲେ ଦେଶର ପ୍ରଥମ ନାଗରିକ । ଶପଥ ନେବା ପରେ ଦ୍ରୌପଦୀ ମୁର୍ମ ଦୋବାସୀଙ୍କୁ ସମ୍ବୋଧନ କରିବା ସହ ବିନମ୍ରତାର ସହ ଅଭନନ୍ଦନ ଜଣାଉଛନ୍ତି । ଏବଂ କାର୍ଗିଲ ବିଜୟ ଦିବସ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

three × five =