କାର ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ଯୁବତୀ

ନୂଆଦିଲ୍ଲୀ ୦୧/୦୫, ଶନିବାର ବିଳମ୍ବିତ ରାତ୍ରିରେ ପୂର୍ବ ଦିଲ୍ଲୀର ଶକରପୁରର ବିକାଶ ମାର୍ଗରେ ଏକ ଓ୍ୱାଗନର କାର ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ସୂଚନାରୁ ପ୍ରକାଶ ଯେ, ଚାରି ଜଣ ଯୁବତୀ ଏକ ଓ୍ୱାଗନର କାରରେ ଦିଲ୍ଲୀର ପୀରାଗଡି ଅଞ୍ଚଳରୁ ଏକ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ତେବେ ବିକାଶମାର୍ଗରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଯୁବତୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା କଣ ପାଇଁ ଘଟିଲା ସେନେଇ ତଦନ୍ତ ଚାଲିଛି । କୁହାଯାଉଛି ଯେ, କାରଟି ଦ୍ରୁତ ଗତିରେ ଥିଲା । ତେଣୁ ଏହା ଭାରସାମ୍ୟ ଗରାଇ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ ।ତେବେ ଏବେସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।ଏବେସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ବାବଦରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଦୁର୍ଘଟଣାର ମାତ୍ରା ଏତେ ଭୟଙ୍କର ଥିଲା ଯେ, କାରଟି ରାସ୍ତା ଉପରେ ଓଲଟି ପଡି ଭାଙ୍ଗିରୁଜି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଏନେଇ ପୋଲିସକୁ ଖବର ଦେଇ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପୋଲିସ ମୃତାହତଙ୍କ ପରିଚୟ ବାବଦରେ ତଦନ୍ତ କରୁଛି ।

Leave A Reply

Your email address will not be published.

4 × 3 =