ନୂଆଦିଲ୍ଲୀ (୫.୧୦.୨୨) : ଏକ ବରଯାତ୍ରୀ ବସ୍ ଘାଟି ତଳକୁ ଖସିପଡିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡ ପୌଡି ଜିଲ୍ଲା ସିମଡି ଗାଁ ନିକଟରେ ଗତ କାଲି ଏହି ଦୁର୍ଘଟଣା ହୋଇଛି । ବରଯାତ୍ରୀ ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ । ସେମାନେ ହିଦ୍ୱାର ଜିଲ୍ଲାର ଲାଲଢାଙ୍ଗ ଅଞ୍ଚଳରୁ ପୌରି ଜିଲ୍ଲାର ବିରୋଖାଲକୁ ଆସୁଥିଲେ । ଏହି ଦୁର୍ଘଟଣା ରିଖନିଖାଲ-ବିରୋଖାଲ ରାସ୍ତାରେ ଟିମଡି ଗାଁ ନିକଟରେ ଘଟିଥିଲା । ବସଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା । ଏହି ବସଟି ରାସ୍ତାରୁ ପ୍ରାୟ ୫୦୦ ମିଟର ତଳକୁ ଖସିଥିଲା । ଖବର ପାଇ ଧୂମକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଏହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୧ରୁ ଅଧିକ ଲୋକ ଆହତ ହୋଇଥିଲେ ଏମାନଙ୍କୁ ନିକଟସ୍ଥ ହସପିଟାଲକୁ ନିଆଯାଇଥିଲା ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ