You are currently viewing ଭୂମିକମ୍ପରେ ଥରିଲା ୩ ଦେଶ

ଭୂମିକମ୍ପରେ ଥରିଲା ୩ ଦେଶ

ନୂଆଦିଲ୍ଲୀ (ଏଏନଏସ)୨୨/୦୩, ପାକିସ୍ତାନର ଇସ୍ଲାମାବାଦ, ଲାହୋର ଓ ପେଶାୱର ସମେତ ଆଫଗାନିସ୍ତାନ, କାଜାଖସ୍ତାନ ଓ ଚୀନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁ ପାକିସ୍ତାନର ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ଘର ଭାଙ୍ଗିଯାଇଛି । ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ୍ ଜୋରଦାର କରାଯାଇଛି । ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମସ୍ତ ସରକାରୀ ହସ୍ପିଟାଲ ପାଇଁ ଏମର୍ଜେନ୍ସି ଆଲର୍ଟ ଜାରି କରିଛନ୍ତି ସରକାର । ସେହିପରି ଭୂମିକମ୍ପ ଯୋଗୁ ଆଫଗାନିସ୍ତାନରେ ଜଣେ ଛୋଟ ପିଲା ସମେତ ଦୁଇ ଜଣଙ୍କ ଜୀବନ ଯାଇଛି । ଦେଶର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଲର୍ଟରେ ରଖାଯାଇଛି । ଗତ ବର୍ଷ ଜୁନରେ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ହଜାରେ ଲୋକଙ୍କ ଜୀବନ ଯାଇଥିଲା । ହଜାର ହଜାର ଲୋକଙ୍କ ଘର ଭାଙ୍ଗିଯାଇଥିଲା । ସେତେବେଳେ ଭୂକମ୍ପର ତୀବ୍ରତା ଥିଲା ୫ ଦଶମିକ ୯ ।

ଅନ୍ୟମାନଙ୍କୁ ଜଣାନ୍ତୁ।