ଲକ୍ଷ୍ନୌ(୩.୧୦.୨୨) : ଉତ୍ତର ପ୍ରଦେଶର ଭଦୋହୀରେ ଏକ ଦୁର୍ଗାପୂଜା ପେଣ୍ଡାଳରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ବାଳକ ଓ ଜଣେ ମହିଳା ଥିବା ଜଣାପଡିଛି । ରବିବାର ରାତି ୯ ଟା ବେଳେ ଏହି ଘଟଣା ଘଟିଥିଲା । ସେତେବେଳେ ମା’ଙ୍କ ଆରତି ଚାଲିଥିଲା । ଏବଂ ଏହି ମଣ୍ଡପରେ ୩୦୦ରୁ ଅଧିକ ଲୋକଙ୍କ ଭିଡ ଥିଲା । ବିଦ୍ୟୁତ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ତଦନ୍ତରୁ ଜଣା ପଡିଛି । ଏହି ଘଟଣା ପରେ ଭଦୋହୀ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଥିଲେ । ପୋଲିସ ଓ ଅଗ୍ନିସମ ବାହିନୀ ନିଆଁ ଲିଭା କାମରେ ନିୟୋଜିତ ଥିଲେ । ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା