You are currently viewing ଫ୍ରାନ୍ସରୁ ଭାରତକୁ ଆସୁଛି ୩ ଯୁଦ୍ଧ ବିମାନ, ସୁଦୃଢ଼ ହେବ ବାୟୁସେନା

ଫ୍ରାନ୍ସରୁ ଭାରତକୁ ଆସୁଛି ୩ ଯୁଦ୍ଧ ବିମାନ, ସୁଦୃଢ଼ ହେବ ବାୟୁସେନା

ଭାରତକୁ ଫ୍ରାନ୍ସ ରୁ ଆସୁଛି ଆଉ ୩ ଯୁଦ୍ଧ ବିମାନ । ଏହା ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ ଏବଂ ସୁଦୃଢ଼ କରିବ । ସୂଚନାରୁ ଜଣା ପଡିଛି ଯେ, ଏହି ୩ ଟି ଯୁଦ୍ଧ ବିମାନ ଫ୍ରାନ୍ସ ଏୟାବେଶରୁ ଉଡାଣ ଭରିସାରିଛି ଏବଂ ଏହା ବୁଧବାର ସନ୍ଧ୍ୟାରେ ଗୁଜୁରାଟ ଜାମନଗର ଏୟାରବେଶ୍‌ରେ ଅବତରଣ କରିବ । ଏହା ପୂର୍ବରୁ ଜୁଲାଇ ୨୮ରେ ଫ୍ରାନ୍ସରୁ ୫ ଟି ଯୁଦ୍ଧ ବିମାନ ଭାରତକୁ ଆସିଥିଲା । ଭାରତ ଓ ଫ୍ରାନ୍ସ ମଧ୍ୟରେ ୩୬ ଟି ରାଫାଲ ବିମାନ ଚୁକ୍ତି ସ୍ୱାକ୍ଷର ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।