ଏଏନଏସ : ବନ୍ୟା ନିୟନ୍ତ୍ରଣକୁ ନେଇ ଫାଶୀଦଣ୍ଡ। ଚଳିତବର୍ଷ ଜୁଲାଇ ମାସରେ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଡନ୍ ୩୦ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେଇଛନ୍ତି। ଏହି ବନ୍ୟାରେ ବିଶେଷ କରି ଚାଗାଙ୍ଗ ପ୍ରଦେଶରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଦକ୍ଷିଣ କୋରିଆର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣ କୋରିଆର ଏକ ନ୍ୟୁଜ୍ ଷ୍ଟେସନ୍ ‘ଚୋମୁନ୍ ଟିଭି’ର ରିପୋର୍ଟ ଅନୁଯାୟୀ, ଗତ ମାସ ଶେଷ ଆଡ଼କୁ ଏହିଫାଶୀ ଦିଆଯାଇଥିଲା।
ସୂଚନା ଅନୁଯାୟୀ, ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଓ ଦାୟିତ୍ବରେ ଅବହେଳା ଅଭିଯୋଗ ରହିଥିଲା। ଚାଗାଙ୍ଗ ପ୍ରଦେଶର ପୂର୍ବତନ ଦଳୀୟ ସମ୍ପାଦକ କାଙ୍ଗ ବଙ୍ଗ-ହୁନଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି ଉତ୍ତର କୋରିଆ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ଜରିଆରେ କିମ୍ ଜଙ୍ଗ୍ ଉନ୍ ଜାରି କରିଥିବା ଆଦେଶ ଅନୁଯାୟୀ, ଯେଉଁମାନେ ବିପର୍ଯ୍ୟୟ ନିବାରଣ ଦାୟିତ୍ଵକୁ ଅବହେଳା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ |
ଆଉ ଏକ ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ମହାମାରୀ ପରେ ପ୍ରଥମ ଥର ପାଇଁ ବିଦେଶୀଙ୍କ ଲାଗି ନିଜର ସୀମା ଖୋଲି ଅର୍ଥନୀତିକୁ ଆଗକୁ ନେବାକୁ ଚେଷ୍ଟା କରୁଛି ବୋଲି କୁହାଯାଉଛି।