ଲକ୍ଷ୍ନୌ (୩୦.୧୧.୨୨) : ଉତ୍ତରପ୍ରଦେଶର ବାହରାଇଚରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଯାତ୍ରୀ ବାହୀ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଯାହା ଫଳରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଥିବା ଅନ୍ୟ ୧୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି ।ଜିଲ୍ଲା ମାଜିଷ୍ଟ୍ରେଟ ଦୀନେଶ ଚନ୍ଦ୍ର ସିଂହ କହିଛନ୍ତି ଯେ ଭୋର ୪.୩୦ରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଓ ଯାତ୍ରୀ ବସ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ବସ୍ଟି ଲୋକଙ୍କ ନେଇ ଲକ୍ଷ୍ନୌରୁ ରୁପାଇଦୀହ ଯାଉଥିଲା। ସେହିପରି ଟ୍ରକ୍ଟି ଲକ୍ଷ୍ନୌରୁ ବାହରାଇଚ୍ ଯାଉଥିଲା। ତେବେ ତାପେ ସିପାହ ଠାରେ ଟ୍ରକଟି ବସକୁ ଧକ୍କା ଦେଇଥିଲା। ଫଳରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ସହ ୬ ଜଣ ମୃତ୍ୟୁ ଘଟିଛି।ସ୍ଥାନୀୟ ପ୍ରଶାସନ ୧୫ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣା ପରେ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଏହାକୁ ଠାବ କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣାର କାରଣ ଜଣାପଡ଼ିନି। କିନ୍ତୁ ଟ୍ରକର ଭୁଲି ଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନକୁ ଆହତଙ୍କ ସବୁ ପ୍ରକାରର ଚିକତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତିମାଲ୍ବାହୀ ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତନବ ଦାସକୁ ହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ ଥିଲା ଗୋପାଳ