ଫିରୋଜାବାଦ (୩୦.୧୧.୨୨) : ଉତ୍ତରପ୍ରଦେଶର ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ବିଲଡିଂରେ ନିଆଁଲାଗି ୩ ପିଲାଙ୍କ ଜୀବନ ଯାଇଛି । ଏହା ସହିତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁ ବିଲଡୀଂରେ ଅଗ୍ନକାଣ୍ଡ ଘଟିଛି ତାହାର ତଳ ମହଲାରେ ଏକ ଇଲେକ୍ଟ୍ରିକ ଦୋକାନଥିଲା । ପ୍ରଥମେ ଦୋକାନରେ ନିଆଁ ଲାଗିଥିଲା ଏହା ପରେ ଉପର ମହଲାରେ ନିଆଁ ଲାଗିଥିଲା । ଫିରୋଜାବାଦ ଏସ୍ପି ଆଶିଷ ତିୱାରୀ କହିଛନ୍ତି, ବିଲଡିଂର ତଳ ମହଲାରେ ଗୋଟିଏ ଇନଭଟର ଦୋକାନ ରହିଥିଲା। ସମ୍ଭବତଃ ଶର୍ଟସର୍କିଟ ଯୋଗୁ ପ୍ରଥମେ ଏଠାରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ପୂରା ବିଲଡିଂକୁ ବ୍ୟାପିଥିଲା। ଖବର ପାଇ ୧୮ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।ଦୀର୍ଘ ଅଢ଼େଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିଥିବା ସ୍ଥାନଟି ଅତ୍ୟନ୍ତ ଛୋଟ ଗଳିରେ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ଉପୁଜିଥିଲା। ନିଆଁକୁ ଆୟତ୍ତ କରିବା ପୂର୍ବରୁ ୩ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟି ସାରିଥିଲେ।ଅଗ୍ନିଶମ କର୍ମଚାରୀମାନେ ଅନ୍ୟ ୩ ଜଣଙ୍କୁ ବିଲଡିଂ ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ସେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତିମାଲ୍ବାହୀ ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତନବ ଦାସକୁ ହତ୍ୟା କରିବା ପୂର୍ବରୁ ପ୍ରସ୍ତୁତ ଥିଲା ଗୋପାଳ