୨୪ ଘଣ୍ଟାରେ ୮୧ ଜୀବନ ନେଲା କୋରୋନା

ନୂଆଦିଲ୍ଲୀ – ଦେଶରେ ଦିନକରେ ୯ ହଜାର ୧୨୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୯ ଲକ୍ଷ ୨୫ ହଜାର ୭୧୦କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୮୧ ଜୀବନ । ଏହାକୁ ମିଶାଇ ଦେଶରେ । କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୧୩କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୧,୩୬,୮୭୨, ସୁସ୍ଥ ସଂଖ୍ୟା -୧,୦୬,୩୩,୦୨୫ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.