ଡେରାଡୁନ (୬.୧୦.୨୨) : ଉତ୍ତରାଖଣ୍ଡ ଉତ୍ତରାକାସୀ ଜିଲ୍ଲାରେ ଭୟଙ୍କର ହିସ୍ଖଳନ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଛି । ‘ଦ୍ରୌପଦୀ କା ଡାଣ୍ଡା’ ପାହାଡରେ ଏହି ହିମସ୍ଖଳନ ଘଟିଥିବା ଏଠିକାର ପର୍ବତାରୋହୀ ନେହରୁ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି । ଏବେ ବି ୨୨ ଜଣ ପର୍ବତାରୋହୀ ନିଖୋଜ ଥିବା ଜଣା ପଡିଛି । ଅକ୍ଟେବର ୪ ଏବଂ ୫ ତାରିଖରେ ଉଦ୍ଧାର ହୋଇଥିବର ୯ଟି ମୃତ ଦେହ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଛି । ବର୍ତ୍ତମାନ ସୁଦ୍ଧା ଆହୁରି ୨୨ ଜଣ ଟେନିଂ ଛାତ୍ରଛାତ୍ରୀ ଉକ୍ତ ପାହାଡ଼ରେ ଫସିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏ, ଏସଡିଆରଏଫ ଏବଂ ଆଇଟିବିପିର ସୁରକ୍ଷା କର୍ମୀମାନେ ନିୟୋଜିତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମୃତ ଦେହ ଗୁଡ଼ିକୁ ଦ୍ରୌପଦୀ କା ଡାଣ୍ଡା ପାହାଡ଼ରୁ ହେଲିକପ୍ଟର ଯୋଗେ ମତାଲି ହେଲିପ୍ୟାଡ ନିକଟକୁ ଅଣାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟ୍ କରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ନିମନ୍ତେ ସେନା ସହୟତା ମାଗିଥିଲେ। ରାଜନାଥ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା କରିବା ଲାଗି ପ୍ରତିଶ୍ରୁତି ଦେଇଥିବା ସେ ଲେଖିଥିଲେ। ପ୍ରାୟ ୧୬,୦୦୦ ଫୁଟ ଉପରେ ଏହି ଦୁର୍ଘଟଣା ଘଟିଛି। ଗୁଲମାର୍ଗ, ଜମ୍ମୁ ଏବଂ କଶ୍ମୀରର ଏକ ଗବେଶଣା ଟିମ୍ ସେନାକୁ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ