You are currently viewing ୯୦ ତମ ବାୟୁ ସେନା ଦିବସ

୯୦ ତମ ବାୟୁ ସେନା ଦିବସ

ନୂଆଦିଲ୍ଲୀ (୮.୧୦.୨୨) : ପରାକ୍ରମ ଦେଖାଇବ ଭାରତୀୟ ବାୟୁ ସେନା । ଅଜି ଭାରତୀୟ ବାୟୁ ସେନା ୯୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ୮୦ରୁ ଅଧିକ ବାୟୁସେନାର ଲଢୁଆ ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ କରିବେ । ପ୍ରଥମ ଥର ପାଇଁ ବାୟୁସେନା ଦିବସ ସମାରୋହ ଦିଲ୍ଲୀରୁ ବାହାରି ଚଣ୍ଡିଗଡରେ ଆୟୋଜିତ ହେବାକୁ ଯାଉଛି । ଚଣ୍ଡିଗଡର ସୁଖ୍ନା ଲେକରେ ବିଶାଳ ହ୍ରଦର ଉପରେ ଫ୍ଲାଏପାଷ୍ଟ କରିବେ ବାୟୁ ସେନାର ୮୩ ଏୟାରର୍କ୍ରାଫ୍ଟ । ପ୍ରଥମ ଥର ପାଇଁ ଏଥର ବାୟୁ ସେନା ପ୍ରତିଷ୍ଠା ଦିବସ ହିନ୍ଦୋନ ବାୟୁସେନା ଘାଟି ବାହାରେ ହେବାକୁ ଯାଉଛି । ଏକଲବ୍ୟ, ତ୍ରିଶୁଳ, ମେହର୍, ବଜ୍ର, ସାରଙ୍ଗ ଆଦି ଫର୍ମେସନ ସହିତ ଦୁଇ ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ସ୍ମୃତିରେ ଏବର୍ଷ ୨ଟି ନୂଆ ଫର୍ମେସନ୍ ସେଖୋନ୍ ଓ ଅର୍ଜନ ବି ପ୍ରଦର୍ଶିତ ହେବ। ପରମବୀରଚକ୍ର ବିଜେତା ଫ୍ଲାଇଟ୍ ଲେଫ୍ଟନାଣ୍ଟ ନିର୍ମଳଜିତ ସିଂ ସେଖୋନ୍ ଏବଂ ବାୟୁସେନାର ପ୍ରଥମ ଫାଇଭ୍ ଷ୍ଟାର୍ ଅଧିକାରୀ ମାର୍ଶଲ୍ ଅର୍ଜନ ସିଂଙ୍କ ନାମରେ ନାମିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩ସେନାର ମୁଖ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ ।      

ଅନ୍ୟମାନଙ୍କୁ ଜଣାନ୍ତୁ।