You are currently viewing ଗୋଟାଏ ଦିନରେ  କୋଟିପତି ହେଲେ ଦିନ ମଜୁରିଆ

ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆ

କୋଲକତା: ଗୋଟିଏ ଦିନରେ କୋଟିପତି ହେଲେ ଦିନ ମଜୁରିଆ। ସିଏ ବି ମାତ୍ର ୪୦ଟଙ୍କା ଖର୍ଚ୍ଚ କରି। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ‌ରେ ଏଭଳି ଘଟଣା ଘଟିଛି। ଦିନ ମଜୁରିଆ ଭାବେ କାମ କରୁଥିବା ଭାସ୍କର ମାଜୀ ଛେଳି ଚରାଇବାକୁ ବାହାରକୁ ଯାଇଥିଲେ। କିନ୍ତୁ ଫେରିବା ପରେ କୋଟିପତି ହୋଇସାରିଥିବା ଜାଣି ତାଙ୍କ ଖୁସିର ଠିକଣା ରହିନଥିଲା। ତେବେ କିଛି ଘଣ୍ଟା ମଧ୍ୟରେ କୋଟିପତି ହେବାର ସ୍ବପ୍ନ ଲଟେରୀ ମାଧ୍ୟମ‌ରେ ହିଁ ସଫଳ ହୋଇପାରିଥିଲା।

ତେବେ ମିଳିଥିବା ସୂଚନା ଅନୁସାରେ, ଭାସ୍କର ଦୀର୍ଘ ୧୦ବର୍ଷ ଧରି ସେ ଲଟେରୀ ଟିକେଟ କିଣୁଥିଲେ। ହେଲେ କେବେ ବି ଜିତୁନଥିଲେ। ଲଟେରୀ ଜିତୁନଥିଲେ ମଧ୍ୟ ସେ ଟିକେଟ କିଣିବା ବନ୍ଦ କରିନଥିଲେ। ରବିବାର ସକାଳେ ସେ ସବୁଥର ଭଳି ୪୦ଟଙ୍କା ଦେଇ ଲଟେରୀ ଟିକେଟ କିଣିଥିଲେ ଏବଂ ଛେଳି ଚରାଇବାକୁ ଚାଲିଯାଇଥିଲେ। ହେଲେ ଘରେ ପହଞ୍ଚିବା ପରେ ତାଙ୍କର ୧୦ବର୍ଷର ଅପେକ୍ଷାର ଏଭଳି ଅନ୍ତ ହେବ ବୋଲି ସେ ଭାବିନଥିଲେ। ଘରେ ପହଞ୍ଚିବା ପ‌ରେ ୧କୋଟି ଟଙ୍କାର ଲଟେରୀ ଜିତିଥିବା ଜାଣି ଭାସ୍କରଙ୍କ ଖୁସିର ଠିକଣା ରହିନଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।