You are currently viewing ଅଟ୍ଟାରୀ ସୀମାରେ ଶିଶୁ ପୁତ୍ର ଜନ୍ମଦେଲେ ପାକିସ୍ତାନୀ ମହିଳା

ଅଟ୍ଟାରୀ ସୀମାରେ ଶିଶୁ ପୁତ୍ର ଜନ୍ମଦେଲେ ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ ୦୬/୧୨: ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଅଟ୍ଟାରୀ ସୀମା ନିକଟରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖାସ୍ କଥା ହେଉଛି ଉକ୍ତ ମହିଳା ଜଣକ ଅଟ୍ଟାରୀ ସୀମାରେ ସନ୍ତାନ ଜନ୍ମ କରିବା ପରେ ସେ ନିଜ ସନ୍ତାନର ନାଁ “ବର୍ଡର୍” ରଖିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜନପୁର ଜିଲ୍ଲାର ନିମ୍ବୁ ବାଇ ଏବଂ ବଲାମ ରାମ କିଛି ଦିନ ଧରି ଅନ୍ୟ ୯୯ ପାକିସ୍ତାନୀ ନାଗରିକଙ୍କ ସହ ସୀମାରେ ରହୁଥିଲେ । ଏହି ପାକିସ୍ତାନୀ ନାଗରିକମାନେ ଭାରତକୁ ଲକଡାଉନ୍ ପୂର୍ବରୁ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆସିଥିଲେ ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଆସିଥିଲେ। ଡିସେମ୍ବର ୨ରେ ନିମ୍ବୁ ବାଇଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଅଟ୍ଟାରୀ ଗାଁର ଲୋକମାନେ ଏହି ମହିଳାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥିଲେ । ପରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ପାକିସ୍ତାନର ରହମିୟା ଜିଲ୍ଲାର ରାଜପୁରା ଗ୍ରାମରେ ରହୁଥିବା ନବଜାତ ଶିଶୁର ପିତା ବାଲାମ ରାମ କହିଛନ୍ତି ଯେ ଇମିଗ୍ରେସନ ବିଭାଗ ଅନୁଯାୟୀ ତାଙ୍କ ଦଲିଲ ସମ୍ପୂର୍ଣ୍ଣ ହୋଇନାହିଁ, ଯେଉଁଥିପାଇଁ ତାଙ୍କୁ ଏଠାରେ ରହିବାକୁ ପଡିବ ଏବଂ ଡିସେମ୍ବର ୨ ରେ ତାଙ୍କ ଘରେ ଏକ ଶିଶୁ ଜନ୍ମ ନେଇଥିଲା । ପିଲାଟି ଅଟ୍ଟାରୀ ସୀମାରେ ଜନ୍ମ ହୋଇଥିବାରୁ ସେମାନେ ଏହାର ନାମ ‘ବର୍ଡର’ ରଖିଥିଲେ। ପିଲାଟି ବଡ ହେବାପରେ ତାକୁ ଏହି ସୀମା ନାମରେ ନାମିତ ହେବାର ପରିସ୍ଥିତି ବିଷୟରେ କୁହାଯିବ ବୋଲି କହିଛନ୍ତି । ଏଠାରେ ରହୁଥିବା ୯୯ ଜଣଙ୍କ ମଧ୍ୟରୁ ୪୭ ଜଣ ଶିଶୁ ଅଟନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ୬ଜଣ ଭାରତରେ ଜନ୍ମ ହୋଇଥିଲେ ଏବଂ ବର୍ଷକରୁ କମ୍ ବୟସର ।

ଅନ୍ୟମାନଙ୍କୁ ଜଣାନ୍ତୁ।