You are currently viewing ଜାତିସଂଘରେ ଋଷ ବିରୋଧରେ ପାରିତ ହେଲା ପ୍ରସ୍ତାବ

ଜାତିସଂଘରେ ଋଷ ବିରୋଧରେ ପାରିତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ(୨୪.୨.୨୩) :  ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ୭ଟି ଦେଶ ଏହାକୁ ବିରୋଧ କରିଥିଲେ । ଆଉ ଭାରତ, ଚୀନ ସମେତ ୩୨ ଦେଶ ଭୋଟ ଦେବାକୁ ନିବୃତ ରହିଥିଲେ । ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁ ପାଶ୍ଚାତ୍ୟ ଦେଶଗୁଡିକୁ ଅଭିଯୁକ୍ତ ସଜାଇଛନ୍ତି । ୟୁକ୍ରେନକୁ ଢାଲ କରି ପାଶ୍ଚାତ୍ୟ ଦେଶଗୁଡିକୁ ଋଷିଆକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ହେଲେ ଆକାର ଦୃଷ୍ଟିରୁ ଋଷ ହେଉଛି ବିଶ୍ୱର ସବୁଠୁ ବଡ ଦେଶ । ପାଶ୍ଚାତ୍ୟଦେଶମାନଙ୍କୁ ଏଭଳି ଚେଷ୍ଟା କେବେ ସଫଳ ହେବନି ବୋଲି କହିଛନ୍ତି ସେରଗେଇ । ୟୁକ୍ରେନର ନିବେଦନ ସତ୍ୱେ ଭାରତ ଏହି ପ୍ରସ୍ତାବରୁ ନିଜକୁ ଦୁରେଇ ରଖିଛି । ଦୁଇ ଦେଶ କୁଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହରକରିବାକୁ ପ୍ରସ୍ତାବ ଦେଇଛି ଭାରତ ।

ଅନ୍ୟମାନଙ୍କୁ ଜଣାନ୍ତୁ।