You are currently viewing କିମ୍ବଦନ୍ତି କଳାକାର ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କିମ୍ବଦନ୍ତି କଳାକାର ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

୨୦୨୦ ପୁଣି ଜଣେ କିମ୍ବଦନ୍ତି କଳାକାରଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ସେ ହେଲେ ପ୍ରଖ୍ୟାତ ଫିଲ୍ମ ଅଭିନେତା ସୌମିତ୍ର ଚାଟାର୍ଜୀ। କୋଲକାତାରେ ଘରୋଇ ନର୍ସିଂ ହୋମ୍‌ ବେଲ୍ଲେ ଭ୍ୟୁ କ୍ଲିନ୍‌କରେ ଚିକିତ୍ସା ଚାଲିଥିବା ବେଳେ ଆଜି ଦିନ ୧୨: ୧୫ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ନେଇ ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଅକ୍ଟୋବର ୬ ତାରିଖରେ ସୌମିତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।