You are currently viewing ଆଦିବାସୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଆଦିବାସୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରାଞ୍ଚି (୧୩.୧୦.୨୨) : ପୁଣି ଚର୍ଚ୍ଚାରେ ଝାରଖଣ୍ଡ ଡୁମକା ଜିଲ୍ଲା । ଏଠାରେ ପୁଣି ଥରେ ଦେଖିବାକୁ ମିଳିଛି ଆତ୍ମହତ୍ୟାର ଚିତ୍ର । ଏହାକୁ ମିଶାଇ ୩ ମାସ ମଧ୍ୟରେ ୪ର୍ଥ ଥର ପାଇଁ ଏପରି ଘଟଣା ସାମ୍ନାକୁ ଆସିଛି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚ ଓ ପୁରା ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗାଁ ଲୋକମାନେ ପ୍ରଥମେ ଜଣେ ଆଦିବାସୀ ଛାତ୍ରୀଙ୍କୁ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଶବ ବ୍ୟବଚ୍ଛେଦ ପରେ ଜଣା ପଡିବ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।