‘ଅଗ୍ନିପଥ‘ ଆରମ୍ଭ ନହେଉଣୁ ବିବାଦ

ଭୁବନେଶ୍ୱର(ଏଏନଏସ)୧୭/୦୬, ଦେଶର ପ୍ରତିରକ୍ଷା ବିଭାଗରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ଅଗ୍ନିପଥ ନାମକ ଏକ ଯୋଜନାର ଆରମ୍ଭ କରିବାକୁ ଯାଉଥିଲେ କେନ୍ଦ୍ର ସରକାର । ମାତ୍ର ଯୋଜନା ଅ୍ରାରମ୍ଭ ହେବା ପୂର୍ବରୁ ବିହାର ଉତ୍ତରପ୍ରଦେଶ ଆଦି ରାଜ୍ୟ ଗୁଡିକରେ ଏହି ଯୋଜନାକୁ ନେଇ ପ୍ରତିବାଦ ଓ ଧର୍ମଘଟଆରମ୍ଭ ହୋଇଥିବାବେଳେ ଏହାର ପ୍ରଭାବ ଆଜି ଓଡିଶାରେ ଦେଖାଯାଇଛି । କଟକର କ୍ୟାଣ୍ଟେନମେଣ୍ଟ ରୋଡରେ ଥିବା ଆର୍ମି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏପରିକି କଟକର ଲିଙ୍କ ରୋଡଠାରେ ରାସ୍ତା ଅବରୋଧ କରିବା ଦ୍ୱାରା ବିକ୍ଷୋଭକାରୀମାନଙ୍କ ଉପରେ କମିଶନରେଟ ପୋଲିସ ତରଫରୁ ଲାଠି ଚାର୍ଜ କରାଯାଇଛି । ୧୦ଲକ୍ଷ ଯୁବକଙ୍କୁ ଚାକିରି ଦେବାର ଲକ୍ଷ୍ୟନେଇ ଦେଶର ପ୍ରତିରକ୍ଷା ବିଭାଗ ଏହି ଯୋଜନା ଆରମ୍ଭ କରିବାକୁ ଯାଉଥିବାବେଳେ ଅଗ୍ନିପଥ ଯୋଜନାର ଭବିଷ୍ୟତ କ’ଣ ହେବ ତାହା ପରେ ଜଣାପଡିବ ।

Leave A Reply

Your email address will not be published.

14 − 2 =