ଅଗ୍ନିବୀର ପାଇବେ ଶତକଡା ୧୦ ସଂରକ୍ଷଣ

ନୂଆଦିଲ୍ଲୀ ୧୮/୦୬, ଅଗ୍ନିବୀର ଯୋଜନା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛନ୍ତି କେତେକ ରିହାତି । ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ବୟସ ସୀମାକୁ ପାଞ୍ଚ ବର୍ଷ ପାଇଁ କୋହଳ କରାଯାଇଛି । ସିଏପିଏଫ ଓ ଆସାମ ରାଇଫଲରେ ଅଗ୍ନିବୀରଙ୍କ ପାଇଁ ଶତକଡା ୧୦ ସଂରକ୍ଷଣ ରହିବ । ନିଯୁକ୍ତି ବେଳେ ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିଷ୍ପତିି ନେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏଠାରେ ସୂଚନା ଯୋଗ୍ୟ ଯେ ଅଗ୍ନିବୀର ନିଯୁକ୍ତି ଯୋଜନାକୁ ନେଇ ସାରା ଦେଶରେ ଯୁବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରିକି ବିହାର, ଉତ୍ତରପ୍ରଦେଶ , ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡିଶା ଆଦି କେତେକ ରାଜ୍ୟରେ ଅଗ୍ନିବୀର ଯୋଜନାକୁ ନେଇ ବିକ୍ଷୋଭ ଧର୍ମଘଟ ହୋଇଛି । ପରିସ୍ଥିତି ଉଗ୍ରରୂପ ନେବା ଯୋଗୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି । ଏପରିକି କିଛି ଯାଗାରେ ଯୁବକମାନେ ଆତ୍ମହତ୍ୟା କରିଥିବା ଖବର ମଧ୍ୟ ମିଳିଛି ।

Leave A Reply

Your email address will not be published.

fifteen + 13 =