ନୂଆଦିଲ୍ଲୀ (ଏଏନଏସ)୧୪/୦୬,ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି । ଏଥିରେ ଯୁବକମାନଙ୍କୁ ସ୍ୱଳ୍ପ ଅବଧିର ଚାକିରିର ସୁଯୋଗ ମିଳିବ । ଏହି ଯୋଜନାରେ ଯୁବଶକ୍ତି ଶସ୍ତ୍ର ବାହିନୀରେ ଯୋଗ ଦେଇ ଦେଶର ସେବା କରିପାରିବେ । ଏଥିପାଇଁ ଆବେଦନକାରୀଙ୍କ ବୟସ ୧୭ ବର୍ଷରୁ ୨୧ବର୍ଷ ହୋଇଥିବା ଆବଶ୍ୟକ । ଏହି ଯୋଜନାରେ ଚୟନ ହୋଇଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଅଗ୍ନିବୀର କୁହାଯିବ । ଅଗ୍ନିବୀରଙ୍କୁ ପ୍ରଥମ ବର୍ଷରୁ ୩୦ରୁ୪୦ ହଜାର ଦରମା ଓ ଅନ୍ୟାନ୍ୟ ଭତ୍ତା ସହ ୪ଲକ୍ଷ୭୬ ହଜାର ପ୍ୟାକେଜରେ ଯୋଗଦେବେ ଅଗ୍ନିବୀର । ୪ର୍ଥ ବର୍ଷ ବେଳକୁ ଦରମା ୬ଲକ୍ଷ ୯୨ହଜାରକୁ ବୃଦ୍ଧିପାଇବ । ୪ବର୍ଷର ଚାକିରିକାଳର ଶେଷ ପରେ ନିଜଭାଗ ଓ ସୁଧସହ ୧୧ଲକ୍ଷ ୭୦ ହଜାର ଟଙ୍କା ପାଇବେ । ଅଗ୍ନିବୀର ପ୍ରାପ୍ତ କରିଥିବା କୌଶଳ ପାଇଁ ଏମାନଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ । ଗତକିଛିବର୍ଷ ଧରି ପ୍ରତିରକ୍ଷା ବିଭାଗକୁ ଦୃଢ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଭାରତୀୟ ସେନାକୁ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା କରିବାକୁ ଅଗ୍ନିପଥ ଯୋଜନା ପ୍ରଣୟନ ହେଉଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ
ଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାଆସୁଛି ଲଘୁଚାପଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ