ବନ୍ଦ ହେଲା ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା

ନୂଆଦିଲ୍ଲୀ,  କରୋନା ମହାମାରୀ ସଂକ୍ରମଣ ପରେ କରୋନାର ନୂଆ ଷ୍ଟ୍ରେନ ସବୁ ସ୍ଥାନରେ ଆତଙ୍କ ସୃଷ୍ଟି କରିଛି । କରୋନା ମହାମାରୀର ଏହି ନୂଆ ଷ୍ଟ୍ରେନ କୋଭିଡ ୧୯ ଠାରୁ ୭୦ ପ୍ରତିଶତ ଅଧିକ ସଂକ୍ରମଣକାରୀ ଅଟେ । ଭାରତରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ବ୍ରିଟେନରୁ ଭାରତକୁ ଫେରିଥିବା ୨୦ ଜଣ ଯାତ୍ରୀଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ କରାଗଲାଣି । ସଂକ୍ରମଣକୁ ନଜରରେ ରଖି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବାକୁ ବନ୍ଦ କରିଦିଆଯାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ । ସୂଚନା ଅନୁସାରେ ବ୍ରିଟେନରୁ ଭାରତକୁ ଏପର୍ଯ୍ୟନ୍ତ ୩୩୦୦୦ ହଜାର ଲୋକ ଫେରିଛନ୍ତି ।

Leave A Reply

Your email address will not be published.