ନୂଆଦିଲ୍ଲୀ(୫.୦୧.୨୩) : ଇ-କମର୍ସ କମ୍ପାନୀ ଆମାଜନ୍ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା କରିଛି।ଆମାଜନ୍ ସିଇଓ ଆଣ୍ଡି ଜେସି କହିଛନ୍ତି, ନଭେମ୍ବରରେ ହୋଇଥିବା ଛଟେଇ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଉଛୁ। କମ୍ପାନୀ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ବୋଲି ଘୋଷଣା କରିଥିଲା। ଏବେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା ହୋଇଛି।ଜେସି କହିଛନ୍ତି, ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନିର ନେତୃତ୍ୱ ସଚେତନ ଅଛନ୍ତି। ସେଥିପାଇଁ, ଖାମଖିଆଲି ଭାବେ ଆମେ ଏ ନିଷ୍ପତ୍ତି ଗ୍ରହଣ କରିନାହୁଁ। ପ୍ରଭାବିତ ହେଉଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍ନାଲ୍ ହେଲ୍ଥ୍ ଇନ୍ସ୍ୟୁରାନ୍ସ ଏବଂ ଏକ୍ସଟର୍ନାଲ୍ ଜବ୍ ପ୍ଲେସ୍ମେଣ୍ଟ୍ ସପୋର୍ଟ ଆଦି ପ୍ୟାକେଜ୍ ଯୋଗାଇ ଦେବୁ। ପ୍ରସ୍ତାବିତ ଛଟେଇ ସଂକ୍ରାନ୍ତରେ ଜାନୁଆରୀ ୧୮ ତାରିଖରୁ କର୍ମଚାରୀମାନଙ୍କୁ ସୂଚନା ଦିଆଯିବା ଆରମ୍ଭ ହେବ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ