ୱାଶିଂଟନ୍ -୧୪.୦୫.୨୦୨୧, ସମଗ୍ର ବିଶ୍ବ ବର୍ତ୍ତମାନ କରୋନା ମହାମାରୀ ସହ ଲଢେଇ ଜାରି ରଖିଥିବାବେଳେ ଆମେରିକା କରୋନାକୁ ମାତ୍ ଦେଇଛି । ଦ୍ବିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା । ଆମେରିକା ଲୋକଙ୍କୁ ଆଉ ମାସ୍କ ପିନ୍ଧିବା ଜରୁରୀ ନୁହେଁ । ଆମେରିକାରେ ସଂପୂର୍ଣ୍ଣ ଟିକା ନେଇ ସାରିବା ଲୋକ ଏବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ନୁହେଁ। ଏନେଇ ସିଡିସି (ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ’) ଘୋଷଣା କରିଛି ।
ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ବିନା ମାସ୍କରେ ମିଡିଆ ଆଗକୁ ଆସି କହିଛନ୍ତି ଯେ, ଆମେରିକାରେ ଟିକାକରଣ ଶତ ପ୍ରତିଶତ ସଂପୂର୍ଣ୍ଣ ହୋଇଛି । ଆଉ ଏବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ଏବଂ ଏହା ଆମେରିକାର ସଫଳତା ବୋଲି କହିଛନ୍ତି ।