You are currently viewing ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆତ୍ମନିର୍ଭର ଭାରତ ୩.୦ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସବୁଠୁ ବଡ଼ କଥାହେଲା ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି । ୧ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ କେନ୍ଦ୍ର ଦେବ । ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% କେନ୍ଦ୍ର ଦେବ । ତେବେ ୧ ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ୩.୦ ସମ୍ପର୍କରେ ଘୋଷଣା କରିଛନ୍ତି । କରୋନା ମହାମାରୀ ପାଇଁ ଧିମେଇ ଥିବା ଆର୍ଥିକ ସ୍ଥିତି ସୁଧୁରୁଛି । ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି । ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ଦେଶ, ଏକ ରାସନ କାର୍ଡ ଲାଗୁ ହୋଇଛି । ପ୍ରବାସୀ ଯେଉଁଠି କାମ କରୁଛନ୍ତି, ସେଠାରୁ ରାସନ ପାଇ ପାରୁଛନ୍ତି । ପିଏମ ଉଠା ଦୋକାନୀ ଆତ୍ମନିର୍ଭର ସ୍କିମ ମଧ୍ୟ ଆରମ୍ଭ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।