ଆମେରିକାରରେ ପୁଣି ଗୁଳିମାଡ

ନୂଆଦିଲ୍ଲୀ (୧୪.୧୦.୨୨) : ଆମେରିକାରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଏଥର ଉତ୍ତର କାରୋଲିନା ସହରରେ ଗୁଳି ବିନିମୟ ହେତୁ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।ଏହି ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣକ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଅଭିଯୁକ୍ତ ଜଣେ ନାବାଳକ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି। ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ନିବେଦନ କରାଯାଇଛି। ଉତ୍ତର କାରୋଲିନାର ମେୟର ରୟ କୁପର ଏନେଇ ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ସୂତ୍ରରୁ ପ୍ରକାଶ ଯେ ଗୁରୁବାର ରାତିରେ ଉତ୍ତର କାରୋଲିନାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।ରିପୋର୍ଟରେ ଦର୍ଶାଯାଇଛି ଯେ ସନ୍ଦିଗ୍ଧ ସୁଟର ଲମ୍ବା ବନ୍ଧୁକ ଥିବା ଜଣେ ଯୁବକ, ତାଙ୍କୁ ହେପାଜତରେ ପଚରାଉଚରା କରାଯାଉଛି। ଏଥିସହିତ ବହୁ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଆହତମାନଙ୍କୁ ଚିକିତ୍ସା ପାଇଁ ୱାକେମେଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ ଗ୍ୟାରେଜରେ ତାଲା ପକାଇ ଦେଇଥିଲେ।।ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ କରୁଛି ।

Leave A Reply

Your email address will not be published.