You are currently viewing ANS SUPERFAST 2@10

ANS SUPERFAST 2@10

୧. ଆଜି ରାଜ୍ୟରେ ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୪ ମୃତ ।
୨. ଚଳିତ ମାସ ୨୦ରୁ ଆରମ୍ଭ ହେବ ଶୀତ ଅଧିବେଶନ । ଏହା ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
୩. କୃଷି ଆଇନକୁ ବିରୋଧ କରି ରାଜ୍ୟରେ କୃଷକ ସଂଗଠନର ଆନ୍ଦୋଳନ । ଚାଷୀ ନେତାଙ୍କ ସହ ଶତାଧିକ ଗିରଫ ।
୪. ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ କୁଚେଇତା ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ।

୫. ପୂର୍ବ ଶତ୍ରୁତାକୁ ନେଇ ଫୁଲବାଣୀରେ ବୋମାମାଡ । ଦୁଇଟି ବାଇକରେ ୪ଜଣ ଆସି ବୋମା ମାଡ଼ କରିଥିବା ସୂଚନା ।
୬. ବୋଡେନ ଥାନା ଅନ୍ତର୍ଗତ ଚିକଲଚୁଆଁ ଗାଁରେ ପୂର୍ବାହ୍ନ ସମୟରେ ରାସ୍ତା ଉପରେ ୨ଯୁବତୀଙ୍କୁ ଛୁରାମାଡ ଯୁବତୀ ଗୁରୁତର ଏବଂ କାରଣ ଅସ୍ପଷ୍ଟ ।
୭. ପାହଲହଡା: ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଡ୍ରାଇଭର ବେଣୁଧର ନାୟକ ମୃତ ।
୮. କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗାଁରେ ଘଟିଛି ଭୟାଭୟ ଅଗ୍ନିକାଣ୍ଡ । ୪ବଖରା ଘର ପୋଡିବା ସହ ୨୦୦ ପାରା ଜୀବନ୍ତ ଦଗ୍ଧ ।
୯. ଯାଜପୁର ଜିଲ୍ଲାରେ ଉଭୟ ଗ୍ରାମବାସୀ ଓ ମାଓବାଦୀ ମୁହାଁମୁହିଁ । ମାଓବାଦୀଙ୍କ ଦୁଇ ଗାଡି ଜବତ ।
୧୦. ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର ହେଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ।

ଅନ୍ୟମାନଙ୍କୁ ଜଣାନ୍ତୁ।