ଏଏନଏସ : ପଶ୍ଚିମବଙ୍ଗ ବିଧାନସଭାରେ ବଳାତ୍କାର ବିରୋଧୀ ବିଲ୍ ତଥା ‘ଅପରାଜିତା’ ବିଲ୍ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍କୁ ଐତିହାସିକ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଆପାରାଜିତା ଟାସ୍କ ଫୋର୍ସ ଗଠନ କରାଯିବ। ଏଥିରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧର ତଦନ୍ତକୁ ତ୍ୱରାନ୍ୱିତ କରାଯିବ। ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କର ଯଦି ମୃତ୍ୟୁ ଘଟେ ତେବେ ଦୋଷୀକୁ ମୃତ୍ୟୁଦଣ୍ଡ ମିଳିବ ବୋଲି କହିଛନ୍ତି ମମତା ବାନାର୍ଜୀ।
ଅନ୍ୟପଟେ ବିରୋଧୀ ଦଳ ବିଜେପି ମଧ୍ୟ ଏହି ବିଲ୍ ଉପରେ ସରକାରଙ୍କୁ ସମର୍ଥନ କରିଥିଲା, କିନ୍ତୁ ଯଥାଶୀଘ୍ର ଏହାକୁ ଏକ ଆଇନ କରି କାର୍ଯ୍ୟକାରୀ କରିବାକୁ ସେମାନେ ଚାହୁଁଛନ୍ତି ବୋଲି କହିଛନ୍ତି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଆମେ କେବଳ ଜଲ୍ଦି ଫଳାଫଳ ଚାହୁଁଛୁ।