ଜୋ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ସୁରକ୍ଷାକର୍ମୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ, ଗତ ୨୦ ତାରିଖରେ ଜୋ ବାଇଡେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା । କରୋନା କାରଣରୁ ଅଧିକ ଲୋକଙ୍କୁ ନିମନ୍ତ୍ରିତ କରାଯାଇନଥିଲେ ମଧ୍ୟ କିଛି ସିକ୍ୟୁରିଟି ଗାର୍ଡଙ୍କ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସକଙ୍କ ଦ୍ୱାରା ସଂସଦ ଭବନ ପରିସରରେ ହୋଇଥିବା ହିଂସାକାଣ୍ଡ କାରଣରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ୨୫୦୦୦ରୁ ଅଧିକ ସିକ୍ୟୁରିଟି ଗାର୍ଡ ନିୟୋଜିତ ହୋଇଥିଲେ । ତେବେ କରୋନା ଗାଇଡଲାଇନ ପାଳନ କରାଯିବା ପରେ ମଧ୍ୟ୧୫୦ରୁ ୨୦୦ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିଛି ।

Leave A Reply

Your email address will not be published.