You are currently viewing ଅଷ୍ଟ୍ରେଲିଆର ମିଚେଲ୍‌ ମାର୍ସଙ୍କ ଗୋଡ ତଳେ ‘ବିଶ୍ବକପ୍‌ ଟ୍ରଫି’

ଅଷ୍ଟ୍ରେଲିଆର ମିଚେଲ୍‌ ମାର୍ସଙ୍କ ଗୋଡ ତଳେ ‘ବିଶ୍ବକପ୍‌ ଟ୍ରଫି’

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ‘ବିଶ୍ବକପ୍‌ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାର ଲାଗିଛି। ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଥିଲେ। ସେଠାରୁ ଏହି ଫଟୋ ସେୟାର୍‌ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ ଯାଇଛି। ‘ଇଣ୍ଟର୍‌ନେଟ୍‌’ ବ୍ୟବହାକାରୀ ମାର୍ସଙ୍କର ଏତାଦୃଶ ଆଚରଣକୁ ‘ଅସମ୍ମାନଜନକ’ କହି ତାଙ୍କୁ ‘ଟ୍ରୋଲ୍‌’ ମଧ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପ୍ରାୟୋଜକ ଦେଶ ଭାରତ ବିପକ୍ଷରେ ‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌’ ମ୍ୟାଚ୍‌ରେ ବିଜୟୀ ହୋଇ ‘ବିଶ୍ବକପ୍‌ ଟ୍ରଫି’ ଗ୍ରହଣ କରିବାର କିଛି ସମୟ ପରେ ଏହି ଫଟୋଟି ଉଠାଯାଇଥିଲା। ଜଣାପଡୁଛି, ଏହି ଫଟୋଟି ଅଷ୍ଟ୍ରେଲିଆ ଟିମ୍‌ ରହୁଥିବା ହୋଟେଲ୍‌ ରୁମ୍‌ରେ ଉଠାଯାଇଛି। ସେଠାରେ ଖେଳାଳିମାନେ ବସି ଗପସପ କରୁଥିବା ବେଳେ ମାର୍ସ ଏଭଳି ବସିଥିଲେ।

ସଂଗୃହୀତ ସୂଚନା ଅନୁସାରେ, ଅଧିନାୟକ କ୍ୟୁମିନ୍‌ସ୍‌ ଡ୍ରେସିଙ୍ଗ୍‌ ରୁମ୍‌ରେ ଚାଲିଥିବା ବିଜୟ ଉତ୍ସବ ପାଳନକାଳୀନ ଅଳ୍ପ କେତୋଟି ଫଟୋ ‘ଇନ୍‌ଷ୍ଟାଗ୍ରାମ୍‌’ରେ ପୋଷ୍ଟ୍‌ କରିଥିଲେ। ସେଥିରୁ ଗୋଟିଏ ଫଟୋରେ ଦେଖାଯାଉଛି ଅଷ୍ଟ୍ରେଲିଆ ‘‌ଓପେନର୍‌’ ମିଚେଲ୍‌ ମାର୍ସ ହାତରେ ମଦ ବୋତଲ (ପିଣ୍ଟ୍‌) ସୋଫାରେ ବସିଥିବା ବେଳେ ତଳେ ଥୁଆ ଯାଇଥିବା ‘ବିଶ୍ବକପ୍‌ ଟ୍ରଫି’ ଉପରେ ପାଦ ଯୋଡ଼ିକ ରଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।