You are currently viewing ଉତ୍ତରକାଶୀ ପର୍ବତରେ ହିମସ୍ଖଳନ,୧୦ ମୃତ

ଉତ୍ତରକାଶୀ ପର୍ବତରେ ହିମସ୍ଖଳନ,୧୦ ମୃତ

ଡେରାଡୁନ(9.10.22): ଉତ୍ତରାଖଣ୍ଡର ଉତ୍ତରକାଶୀ ଦ୍ରୌପଦୀ ପର୍ବତରେ ହିମସ୍ଖଳନ ଘଟଣାରେ  ଆଜି ଆଉ ୧୦ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ସେନା। ସମସ୍ତ ମୃତଦେହକୁ  ହେଲିକପ୍ଟର ଯୋଗେ ଆଣାଯାଇ ସେମାନଙ୍କ ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଇଛି। । ପୂର୍ବରୁ ଉଦ୍ଧାରକାରୀ ଦଳ ୧୬ ଜଣଙ୍କ ମୃତଦହ ଉଦ୍ଧାର କରିଥିଲା । ଏହାକୁ  ମିଶାଇ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି । ଏବେ ବି ସେଠାରେ ମୌସୁମୀର ମିଜାଜ  ଭଲ ନାହିଁ । ପାଗ ଭଲ ହେଲେ ପୁଣି ଉଦ୍ଧାରକାମ ଆରମ୍ଭ ହେବ ବୋଲି  ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଦେଇଛି।

ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍‌ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।