ମହାରାଷ୍ଟ୍ର(୭.୨.୨୩) : ମହାରାଷ୍ଟ୍ର କଂଗ୍ରେସ ପୂର୍ବତନ ଅଧକ୍ଷ ତଥା ଏବେର କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାତ ଆଜି ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବାଲାସାହେବ ଥୋରାତ ସ୍ପଷ୍ଟ ଭାବେ ଦଳର ରାଜ୍ୟ ଅଧ୍ୟକ୍ଷ ନାନା ପଟୋଲେଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ଥୋରାତଙ୍କ ଇସ୍ତଫା ପରେ ଏବେ ମହାରାଷ୍ଟ୍ର କଂଗ୍ରେସର ଦଳୀୟ କନ୍ଦଳ ଚରମସୀମାରେ ପହଂଚିଛି । ଏହି କ୍ରମରେ କିଛି କଂଗ୍ରେସ ନେତା ନାନା ପଟୋଲେଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି । ଏହା ପୂର୍ବରୁ ବାଲାସାହେବ ଥୋରାତ ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖି ନାନା ପଟୋଲେଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ ତାଙ୍କ ଚିଠିରେ ଲେଖିଥିଲେ କି, ଏବେ ଦଳ ଭିତରେ ନାନା ପଟୋଲେଙ୍କ ସହ କାମ କରିବା କଷ୍ଟକର ହୋଇପଡିଛି । ସୂଚନା ଥାଉକି ମହାରାଷ୍ଟ୍ର ଏମଏଲସି ନିର୍ବାଚନ ସମୟରୁ ଏହି ବିବାଦ ଦେଖିବାକୁ ମିଳିଥିଲା । ବାଲାସାହେବ ଥୋରାତଙ୍କ ଭିଣୋଇ ତଥା ନାସିକର ପୂର୍ବତନ ଏମଏଲସି ସୁଧୀର ତାମ୍ବେ କଂଗ୍ରେସ ତରଫରୁ ପ୍ରାର୍ଥୀ ହେବାକୁ ମନା କରିଥିଲେ ଓ ତାଙ୍କ ପୁଅକୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢାଇଥିଲେ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ